STORYMIRROR

kahnu charan sahu

Abstract

2  

kahnu charan sahu

Abstract

କୃଷକ

କୃଷକ

1 min
3.2K

ମାଟିରେ ମାଟିରେ

ଗଢେ ଅନେକ ସ୍ବପ୍ନ


ନା ମାନେ

ଶୀତ କାକର

ଅସହ୍ୟ ଯନ୍ତ୍ରଣା ଗ୍ରୀଷ୍ମର


ବର୍ଷାରେ ଭିଜି

କାଦୁଅ ଦେହରେ ବୋଳି

କରିଚାଲେ ବୀର ଟିଏ ପରି

ଦୁନିଆକୁ ମୁଠାଏ ଅର୍ଣ୍ଣ ଦେବ ବୋଲି


ନିସ୍ୱାର୍ଥ ଭାବନାରେ

ଜଡିତ ତାର ସର୍ବସ୍ୱ

ଅଜାଡି ଦିଏ ପ୍ରକୋପେ ପ୍ରକୃତି

ସୁନାର କେତେ ଯେ ଫସଲ

ତଥାପି ହସୁଥାଏ କାନ୍ଦି କାନ୍ଦି


ଚାଳ କୁଡ଼ିଆରେ

ନିର୍ଜିବ ଟେ ପରି ସଢୁଥାଏ

କେବେ ଋଣ ଭାବରେ

କେବେ ଉଜୁଡା ସ୍ୱପ୍ନରେ

ଜୀବନର ପାଣି ଛଡେଇ

ପରିଶ୍ରମ କରିଚାଲୁଥାଏ


ବୁଝେନି ସରକାର

ତା ଦୁଃଖ ସୁଖ

ଅନେକ ବଦଳରେ ଲୋଡ଼େ

କିଛି ସହାୟତା

ତଥାପି ମିଳେନି


କେତେ ହାକିମ ବାବୁ

କେତେ ମଧ୍ୟସ୍ଥି ସବୁ ଓଲଟ ପାଲଟି

କରିଦିଅନ୍ତି


ମାଟି ମାଆର

ସିଏ ପରା ସୁନା ପୁଅ

ସବୁ ସହିଯାଏ

ଛାତିର ଲହୁକୁ

ଓଠରେ ପିଇ ଯାଏ


ତା ପ୍ରେମ ସ୍ବର୍ଗୀୟ

ମାଟି ମାଆର ପ୍ରେମରେ

ସେ ହୋଇପାରିନି ସିନା ମହାନ

ହେଲେ କରିଚାଲିଥାଏ ଅନେକ ମହାନ କାମ

ମାଟିରେ ମିଶିବା ଯାଏଁ,,,,,

ହଁ ହଁ.....ସିଏ ହିଁ କୃଷକ ଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract