Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅକ୍ଷୟ କୁମାର ବେହେରା

Classics

4  

ଅକ୍ଷୟ କୁମାର ବେହେରା

Classics

କୃଷକ ଜୀବନଅକ୍ଷୟ କୁମାର ବେହେରା

କୃଷକ ଜୀବନଅକ୍ଷୟ କୁମାର ବେହେରା

1 min
92



ଚାଷିକୁଳେ ପରା ଜନମ ମୋହର

କୃଷି ଅଟେ ମୋର ବୃତ୍ତି,

ଖଟିଖଟି ପଛେ ପ୍ରାଣ ଚାଲିଯିବ

ରହିବନି ଯଶ କୀର୍ତ୍ତି ।

କୃଷକର ଏଇ ଗତି...

ଜୀବନଟା ସାରା ଅନ୍ନ ଯୋଗାଡ଼ରେ

ବିତିଯାଏ ଦିନ ରାତି ।


ଜୟ ଜବାନ ଓ ଜୟ କିଷାନର

ଦେଉଥାନ୍ତି ସିନା ନାରା,

ଯୁଆଡ଼େ ଚାହିଁଲେ କୃଷକର କାହିଁ

ଦିଶେନି କୂଳ କିନାରା ।

ହାଏ ! କୃଷକ ବିଚରା...

ଦେଶ ହିତ ପାଇଁ କର୍ମ କରୁ ସିନା

ନାହିଁ କେ ଆମ ସାହାରା ।


କର୍ମମୟ ଏଇ ଜୀବନ ଜଞ୍ଜାଳେ

ବଞ୍ଚିବାକୁ ଭାରି କଷ୍ଟ,

ଯଦି କେଉଁ ବର୍ଷ ପଡ଼ିଲେ ମରୁଡ଼ି

ଫସଲ ହୁଅଇ ନଷ୍ଟ ।

ସାହା ଏକା ସେହି ଇଷ୍ଟ...

ତଥାପି ନିଜକୁ ଧନ୍ୟ ମଣେ ମୁହିଁ

କୃଷକ ଜୀବନ ଶ୍ରେଷ୍ଠ ।


କେନ୍ଦୁଡ଼ିହା ବଡ଼ସାହି ମୟୂରଭଞ୍ଜ

ଭ୍ରାମ୍ୟଭାଷ:-୯୩୪୮୮୧୯୯୧୭


Rate this content
Log in

Similar oriya poem from Classics