Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୃଷକ ଦିବସ ଅନୁଚିନ୍ତା

କୃଷକ ଦିବସ ଅନୁଚିନ୍ତା

1 min
380


 

ବର୍ଷ ବର୍ଷ ଖାଇ ଖାଇ ପ୍ରକୃତି ପାହାର l

କୃଷକଭାଈ ଯୋଗାଏ ସଂସାର ଆହାର ll

ଖରା,ଵର୍ଷା,ଶୀତ ଖାଇ ପାହାନ୍ତି କାକର l

ଚଷା ଲାଗି ଥାଏ ଚାଷ ଜୀବିକା ମାତର ll

ବନ୍ୟା,ବାତ୍ୟା,ମରୁଡ଼ି ତା ଚିର ସହଚର l

ଦାଉ ସାଧି ଭାଙ୍ଗି ଦିଏ ଅଣ୍ଟାକୁ ତାହାର ll

ଚଷା ଭାଈର ତାହାକୁ ନ ଥାଇ ଖାତର l

ଅଣ୍ଟା ଭିଡ଼ି ଛିଡ଼ା ହୁଏ କର୍ମରେ ତତ୍ପର ll

ଇନ୍ଦ୍ର ରାଜା କୃପା କଲେ ଆନନ୍ଦ ଚଷାର l

କୋପରୁ ଉପାସ ତାର ସମସ୍ତ ସଂସାର ll 

ଦଶ ଗୁଣା ସୁଧ କଷି ନିଏ ସାହୁକାର l

କୃଷକ ମରୁ ଵା ବଞ୍ଚୁ କି ଯାଏ ତାହାର ll

ଅସହ୍ୟ ହୁଅଇ ଯହୁଁ ଚାଷୀ ଋଣ ଭାର l

ଆତ୍ମହତ୍ୟା ଏକମାତ୍ର ପନ୍ଥା ଅଟେ ତାର ll

କୃଷି ପ୍ରଧାନ ଏ ଦେଶ ଭାରତ ଆମର l

ସତୁରି ଶତାଂଶ ଆୟ କୃଷିରୁ ତାହାର ll

ଅବସ୍ଥା ଦେଖ ହେ ଭାଈ ଚାଷୀ ବିଚରାର l

ଶୋଷକ ତାହାର ବ୍ୟବସାୟୀ ସାହୁକାର ll

ବ୍ୟବସାୟ ଅଧା କୃଷି ଶାସ୍ତ୍ରରେ ବିଚାର l

କିନ୍ତୁ ସର୍ବେ ଦେଖ କୃଷକର ହାହାକାର ll

କୃଷକ ଦିବସେ ଚିନ୍ତ ହିତ କୃଷକର l

କୃଷକ ମରିଲେ ବୁଡ଼ିଯିବ ଏ ସଂସାର ll

କୃଷିର ଉନ୍ନତି ଚିନ୍ତା, କୃଷକ କଲ୍ୟାଣ l

ଆତ୍ମହତ୍ୟା ନକରନ୍ତୁ ଆଉ ଚାଷୀଗଣ ll

        


Rate this content
Log in

Similar oriya poem from Inspirational