କୃଷକ ଭାଇ
କୃଷକ ଭାଇ
କୃଷକ ଭାଇରେ କୃଷକ ଭାଇ
କେତେ ଦୁଃଖ ସହୁ ଆମରି ପାଇଁ,
ଦେଶ ବାସୀଙ୍କୁ ଖାଦ୍ୟ ଦେବା ପାଇଁ
ମାଟି ସାଥେ ରଣ କରୁଛୁ ତୁହି l
ଲଙ୍ଗଳ ମୂନେ ଟାଙ୍ଗରା ଭୂଇଁକୁ
ସଶ୍ୟଶ୍ୟାମଳା ସଦା ତୁ କରୁଛୁ,
ତୋହରି ବଳେ ଖାଦ୍ୟ ଖାଇ ଆମେ
ଅତି ଖୁସି ମନରେ ଯେ ଚଳୁଛୁ l
ଆମ ଏ ଦେଶରେ କୃଷକ ସଂଖ୍ୟା
ଶହେ ଭାଗରୁ ସତୁରୀ ଅଟନ୍ତି,
ମୁଣ୍ଡର ଝାଳକୁ ତୁଣ୍ଡରେ ମାରି
କଠୋର ପରିଶ୍ରମ ଯେ କରନ୍ତି l
ତୋହରି ଦ୍ରବ୍ୟକୁ ରପ୍ତାନି କରି
ଆମ ଦେଶ ଆଜି ସମୃଦ୍ଧିଶାଳୀ,
ବାହ୍ୟ ଦେଶ ସହ ମିତ୍ରତା ସ୍ଥାପି
ନାନା ଶସ୍ୟକୁ ସେ ଦେଉଛି ଢାଳି l
ଦଇବ ଲେଖିଛି କପାଳେ ତlର
ଯେତେକ ଅଛି ସଂସାରର ଦୁଃଖ,
ଅଭାବ ଅନାଟନ ଲାଗି ରହିଥାଏ
ଛାଡି ନି କେବେ ତାର ପାଖ l
ଆମକୁ ଦେଉଛି ସେ ସଜ ଖାଦ୍ୟ
ଖାଉଛି ସବୁବେଳେ ସେ ପୋଚକା,
ଶାନ୍ତିରେ ମୁଠେ ଖାଇବା ପାଇଁକି
ସମୟ ନଥାଏ ତାର ବଳକା l
କୃଷକ ଭାଇରେ କୃଷକ ଭାଇ
ଧନ୍ୟ ତୋର ସେବା ଧନ୍ୟ ତୁହି
ଧନ୍ୟ ତୋ ବଳିଦାନ ଏ ସଂସାରେ
ତୋ ସେବାକୁ ଭୁଲି ପାରିବୁ ନାହିଁ ।
