Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational

4.7  

Sambit Srikumar

Inspirational

କୃପାସିନ୍ଧୁ

କୃପାସିନ୍ଧୁ

1 min
275



ହୃଦ ସିଂହାସନେ ବିରାଜିଛ ପ୍ରଭୁ ହୃଷୀକେଶ

ଆକୁଣ୍ଠ ଚିତ୍ତେ ପାଳିଛି ସଦା ତୁମ୍ଭରି ଆଦେଶ 

କ୍ଷଣ ଭଙ୍ଗୁର ସଂସାରେ ମୁହିଁ ଯେ ନିମିତ୍ତ ମାତର

ଧର୍ମାଧର୍ମ ପାପପୁଣ୍ୟର ନାହିଁ ମୋହର ବିଚାର!! 


ସୀମିତ ଜୀବନେ ଅନେକ ଆକାଂକ୍ଷା ରହିଛି ଅଧୁରା

ଶେଷ ଆଶ୍ରା ମୋର ପ୍ରଭୁ ତବ କୃପା ବାରି ଧାରା 

ଭ୍ରମେ ମଧ୍ୟ ଭ୍ରମି ନାହିଁ କେବେ ଦେବାଳୟ ଦ୍ଵାର

ଗୀତା ଭାଗବତର ଦିନେ ସୁଦ୍ଧା ଧରି ନାହିଁ ଧାର!! 


କାମିନୀ କାଞ୍ଚନ ମୋହେ ହୋଇ ମଦମତ୍ତ

ଯୌବନର ତୁଛା ଅହମିକାରେ ହୋଇଛି ପ୍ରମତ୍ତ

କାମ ଅର୍ଥ ଲାଳସାରେ ଭୁଲିଛି ଏ ସାରା ଜଗତ

ପ୍ରିୟଜନେ କରି ଭ୍ରମିତ ମନେ ଦେଇଛି ଆଘାତ!! 


ତୁମ୍ଭ ଶ୍ରୀରଙ୍ଗା ଚରଣେ କରେ ଆତୁର ବିନତି 

ବିଷମ ବିଷୟା ଜଞ୍ଜାଳରୁ ଦିଅ ହେ ମୁକତି!!



Rate this content
Log in

Similar oriya poem from Inspirational