STORYMIRROR

sudhakar sethi

Abstract

3  

sudhakar sethi

Abstract

କରୋନାକୁ ଦେବା ଜବାବ

କରୋନାକୁ ଦେବା ଜବାବ

1 min
12.1K


କରୋନାର ତାଉ ବଢୁଛି ସଜନୀ

ଲାଗିଲାଣି ଭାରି ବ୍ୟସ୍ତ 

କାମଦାମ ଛାଡି କେତେଦିନ ଆଉ

ହେଉଥିବି ହନ୍ତସନ୍ତ ।


ଏମିତି ବିପଦ ଆସିଛି ବିଦେଶୁ

ଛୂଆଁ ଛୁତିରେ ସେ ବ୍ୟାପୁଛି 

କେମିତି ପେଟ ପୋଶିବିଲୋ କହ

ଗୋଡ କାଢିବାକୁ ଡରଲାଗୁଛି।

 

ସରକାରଙ୍କର କଡା ହୁକୁମ

ଘରେ ରୁହନ୍ତୁ ସକଳେ 

ହାଉଯାଉ ହେଲେ ବଢିବ ବିପଦ

ସଂକ୍ରମଣ ଗତି ବଳେ।


ଆମେରିକା ଇଟାଲି ଘୋର ବିପଦରେ

ଲକ୍ଷଲକ୍ଷ ସଂକ୍ରମିତ

ଟିକିଏ ଅବହେଳା ନେଉଛି ଜୀବନ

ହୃଦୟେ ମିଳେ ଆଘାତ।


ତୁଛାମୁଛା ଯାହା ଅଛି ଖାଇନେବା 

ନହେଲେ ତୋରାଣୀ ମୁନ୍ଦେ

ବାହାରକୁ ଗଲେ ରୋଗକୁ କିଣିବା

ପଡିବାଲୋ ଆମେ ଫାନ୍ଦେ।


ଦେଶ ଅର୍ଥନୀତି ଯାଉ ପଛେ ବିଗିଡି

ଆମ ପାଇଁ ସେ ଲଢୁଛି

ହେବିନି ଅବୁଝା ରହିବି ମୁଁ ଘରେ

ଆଜି ମୁଁ କଥା ଦେଉଛି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract