କରୋନା ତ ଲୁଟିନିଏ ମଣିଷର ଦମ୍
କରୋନା ତ ଲୁଟିନିଏ ମଣିଷର ଦମ୍
ଲକ୍ ଡାଉନ୍ ସଟ୍ ଡାଉନ୍
କଣ୍ଟେନମେଣ୍ଟ ଜୋନ୍
ସୋସିଆଲ ଡିଷ୍ଟାନ୍ସସି°
କ୍ବାରେନଣ୍ଟାଇନ୍ ହୋମ୍
କରୋନାତ ଲୁଟିନିଏ
ମଣିଷର ଦମ୍ ।
ମିଶିବାକୁ ମନା ଏବେ
ହସି ବାକୁ ମନା
ଘରେ ବସି ଝରକାରେ
ଆକାଶକୁ ଅନା
ଭୋଜିଭାତ ମନା ଏବେ
ଯାନିଯାତ ମନା
ଦେଉଳ ଦୁଆରେ ତାଲା
ଖାଲିହାତ ନନା
କରୋନା ଫୁଟାଏ ଅନା
ନୂଆ ରୂପେ ବମ୍ ।
ବୁଲିବାକୁ ମନା ଏବେ
ଝୁଲିବାକୁ ମନା
ରଜଦୋଳି ଗହଳୀକୁ
ହେଲା କଟକଣା
ଜମିବନି ତାସ୍ ପାଲି
ବାଗୁଡି କି ପଶା
କରୋନାର କୋରୋଣାରେ
ଉଡିଯାଏ ହ°ସା
ବଜାରର ଭାଉ କିନ୍ତୁ
ହେଉ ନାହିଁ କମ୍
କରୋନା ଫୁଟାଏ ଅନା
ନୂଆ ରୂପେ ବମ୍ ।
ସେଲୁନ୍ ବନ୍ଦ ପାର୍ଲର ବନ୍ଦ
ବନ୍ଦ ହେଲା ଜିମ୍
ଗଳିକନ୍ଦି ବୁଲୁଛନ୍ତି
ଖାକିପିନ୍ଧା ଟିମ୍
ଲୁଚିଛପି କେହି ଯଦି
ମାନେ ନାହିଁ ବୋଲ
ଜୋରିମାନା ଦେଇଦେଇ
ହୁଏ କଲବଲ
ଅମାନିଆ ହେଲେ ବସେ
ଲାଠି ଧମ୍ ଧମ୍
କରୋନା ଫୁଟାଏ ଅନା
ନୂଆ ରୂପେ ବମ୍ ।
ମଲ୍ ବନ୍ଦ ହଲ୍ ବନ୍ଦ
ପାର୍କ ବି ଖୋଲୁନି
ପ୍ରେମ ପକ୍ଷୀ ବସିବାକୁ
ଯାଗା ତ ମିଳୁନି
ଶୋଷରେ ପିଇଲା ବାଲା
ଭୋକିଲା ଭିକାରୀ
ତାଲାବନ୍ଦ ପାଇଁ ଏଣେ
ବଢୁଛି ବେକାରୀ
କଳାକାର କାନ୍ଦୁଛନ୍ତି
କାନ୍ଦେ କବିର କଲମ
କରୋନାତ ଲୁଟିନିଏ
ମଣିଷର ଦମ୍ ।
କରୋନା ର ନୂଆ ରୂପ
ଭାରି ଶକ୍ତିଶାଳୀ
କଞ୍ଚା ବୟସର ଲୋକ
ପଡୁଛନ୍ତି ବଳି
ଟେଲିଫୋନ ବଖାଣୁଛି
କରୋନା ପୂରାଣ
ମାକ୍ସପିନ୍ଧ ହାତଧୁଅ
ରୁହ ସାବଧାନ
ବାହାରକୁ ଆସ ନାହିଁ
ନଥିଲେତ କାମ
କରୋନା ଫୁଟାଏ ଅନା
ନୂଆ ରୂପେ ବମ୍ ।
