STORYMIRROR

Santosh Kumar Nayak

Abstract Comedy Others

3  

Santosh Kumar Nayak

Abstract Comedy Others

କରୋନା ସୁନ୍ଦରୀ

କରୋନା ସୁନ୍ଦରୀ

1 min
17



ଦିନ ଥିଲା

ତୁମେ ଖାଲି ମୋ ଭାବନାରେ ଥିଲ!

ଆଜିକାଲି ତ

ଶୟନେ ସପନେ ଜାଗରଣେ

କେବଳ ତୁମକୁ ହିଁ ଦେଖୁଛି।

ଟିଭି ପରଦାରେ, ସମ୍ବାଦ ପତ୍ରରେ

କବିର କବିତାରେ

ଚିତ୍ରକରର ତୁଳୀରେ

ତୁମର ଉପସ୍ଥିତି

ମୋତେ ଭୟଭୀତ କରୁଛି। 

ମୁଁ ତୁମକୁ ଘୃଣା କରେ ବୋଲି 

କହି ସାରିବା ପରେ ବି

ତୁମେ ମୋ ପିଛା ଛାଡୁନ। 

ଆମ ଘରେ ତୁମକୁ ସ୍ୱୀକୃତି ଦେବେନି

ଏକଥା ଜାଣି ବି

ତୁମେ ନିର୍ଲଜ୍ଜଙ୍କ ପରି

ମୋ ପଛରେ ପଡ଼ିଛ। 

ତୁମ କଥା ଭାବିଲେ

ମୋ ଛାତି ଥରି ଉଠୁଛି। 

ତୁମେ ମୋତେ ଭୁଲିଯାଅ

ଆଉ ଚାଲିଯାଅ।

ମୁଁ ତୁମକୁ ଭୁଲି ସାରିଛି,

ସେଥିପାଇଁ ତ ଆଜିକାଲି କାଢ଼ା ପିଉଛି।

ମୋ ଘରର ଦରଜା

ତୁମ ପାଇଁ ମୁଁ ବନ୍ଦ କରିଦେଇଛି।

ମୁଁ ଜାଣେ

ତୁମ ପରି ସୁନ୍ଦରୀ ମାନେ

ମିଠା ମିଠା କଥା କହି

ହୃଦୟରେ ପଶିଯିବେ,

ଆଉ ତାପରେ

କଲବଲ କରି ମାରିଦେବେ।

ହେ କରୋନା ସୁନ୍ଦରୀ

ଲୋଡ଼ା ନାହିଁ ତୁମ ପ୍ରେମ!

ତୁମକୁ ଦେଖିବା ପରେ

ମୋ ଜୀବନଚର୍ଯ୍ୟା ବଦଳି ଯାଇଛି।

ମୁଁ ମୋ ମୁହଁ ଲୁଚେଇ ବୁଲୁଛି,

ତୁମ ଅଜଣା ସ୍ପର୍ଶର ଭୟ

ମୋତେ ବାରମ୍ବାର ହାତ ଧୋଇବାକୁ

ବାଧ୍ୟ କରୁଛି।

ମୁଁ କହିଲି ନା

ତୁମକୁ ମୁଁ ଭଲ ପାଏନା।

ଚାଲିଯାଅ ମୋ ଜୀବନରୁ। 

ମୋ ପରିବେଶକୁ ଆଉ

କଳୁଷିତ କରନି।

ଫେରିଯାଅ ତୁମେ ତୁମ

ପୁରୁଣା ପ୍ରେମିକ ପାଖକୁ,

ସେ ଆଜି ବି ତୁମକୁ ଝୁରିଛି।


Rate this content
Log in

Similar oriya poem from Abstract