STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

କରୋନା ରାକ୍ଷାସ

କରୋନା ରାକ୍ଷାସ

1 min
2.5K

କରୋନା ରାକ୍ଷାସ ଗ୍ରାସ କରିଚାଲେ

ପୃଥିବୀ ବାସୀଙ୍କୁ ମୋର,

ଏମିତିକା ଦୃଶ୍ୟ ଘଟୁଛି ଏଠାରେ

ଦେଖିଲେ ଲାଗୁଚି ଡର

ବିଜ୍ଞାନ ଯୁଗରେ ମଣିଷ ସମାଜ

ଆଜି ଲାଗେ ଅସହାୟ,

ସାମାନ୍ୟ ଭୁତାଣୁ ରାକ୍ଷାସ ରୂପରେ

ଥରାଉ ଅଛି ହୃଦୟ

ଘରେ ଘରେ ଆଜି ମଣିଷ ଯେ ବନ୍ଦୀ

କ'ଣ ଅବା କରିବ

ବୈଜ୍ଞାନିକ ଗଣ ଲାଗି ପଡିଛନ୍ତି

ଟୀକା ଉଦଭାବନ ହେବ

ଚର ଚର ହୋଇ କୋରାନା ରାକ୍ଷାସ,

ପାଟିଲହ ଲହ କରେ,

ଜଗନ୍ନାଥ ପ୍ରଭୁ ସାହା ହୁଅ ତୁମେ

ଶକ୍ତି ଦେଇ ଶରୀରରେ

ସଚେତନ ହେବା ଦୂରତା ରଖିବା

ହାତ ସଦା ଧୋଉଥିବା,

ଥଣ୍ଡା,କାଶ ,ହେଲେ ମୁଁହକୁ

ଘୋଡାଇ ଆମେ ସଦା ରଖୁଥିବା

ସରକାରଙ୍କର ସତର୍କତା ବାଣୀ

ପାଳନ କରିକି ଆମେ,

କୋରାନା ରୋଗକୁ ଦୂର କରିଦେବା

ତଡି ଦେଇ ଦୂର ଧାମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract