STORYMIRROR

Gouri Panda

Abstract

3  

Gouri Panda

Abstract

କରୋନା ର ସୁଅ

କରୋନା ର ସୁଅ

1 min
111

ବିଶ୍ବ ସାରା ହାହାକାର 

ସଭିଙ୍କରଏକସ୍ବର

ଭୟଭୀତ କରୋନା ରେ ଏ ବିଶ୍ୱ ସାରା।

କେତେ ସେବିକା, ଡାକ୍ତର 

କରୁଛନ୍ତି ଉପଚାର 

ପୋଲିସଙ୍କୁ ନମସ୍କାର କରୁଛି ଧରା। 

କରୋନା ରେ ବହୁ ପୀଡିତ 

ରହିଲେ ନଜରବନ୍ଦୀ ହୋଇବା ସୁସ୍ଥ। 

କେଡେ, କେଡେ ବଡ ଦେଶ

ଆମେରିକା ଓ ଫ୍ରାନସ।     ଚୀନ,ଇଟାଲୀ,ଜର୍ମାନୀ,ଜାପାନ, ସ୍ପେନ।

ବ୍ୟାପିଅଛି ବହୁଦେଶ

ଏଥି କି ନାହିଁ ଯେ ଉଷ

କରୋନାରେ ବହୁ ଦେଶ ହେଲାଣି ହୀନ ।

ମହାମାରୀ କରୋନା ପାଇଁ 

ସଚେତନ ବାର୍ତ୍ତ ଆମେ ଯିବାରେ ଗାଇ। 

ହାତ, ମୁହଁ ଧୋଉଥିବ

ମାସ୍କ ସଦା ପିନ୍ଧୁଥିବ

ଏକ ଠାରେ ଠୁଳ କେବେ ତୁମେ ନ

ହେବ। 

ଯଦି କାଶ, ଛିଙ୍କ ହେବ

ଦେହରେ ଜ୍ବର ରହିବ

ତକ୍ଷଣ ଡାକ୍ତର ପାଶେ ପହଞ୍ଚିଯିବ। 

ଉପଚାର ହେବ ଆରମ୍ଭ 

ଡାକ୍ତରଖାନାରେରେ ରହି ହୋଇବ ଦମ୍ଭ 

ପରିସ୍ଥିତି ଅଣାୟତ୍ତ 

ଦେଖୁଛନ୍ତି ଜଗନ୍ନାଥ 

ଶ୍ରୀମନ୍ଦିରେ ରହିଛନ୍ତି ମଊନ ଭାବେ। 

କରୋନା ରେ ଭୟଭୀତ 

ବିଜ୍ଞାନ ହାତେ ଜଗତ

ବେନି ହସ୍ତେ ନମସ୍କାର କରନ୍ତି ସର୍ବେ। 

ପ୍ରଭୁ ତୁମେ ସହାୟ ହୁଅ 

ନ ହେଲେ ଭସାଇ ନେବ କରୋନା ସୁଅ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract