STORYMIRROR

Priyabrata Mohanty

Tragedy

4  

Priyabrata Mohanty

Tragedy

କରୋନା ପ୍ରଭାବ

କରୋନା ପ୍ରଭାବ

1 min
307

 


ସାରି ଆସୁଥାଏ ଉନବିଂଶ

         ୱୁହାନ୍ ପ୍ରାନ୍ତେ କରୋନା ଭାଶ,

ଯେଉଁଠି ଗଲା ତାହାର ଅଂଶ

         ଆରମ୍ଭ ହେଲା ମୃତ୍ୟୁ ତ୍ରାଶ ।୧।


ଧରାରେ ନାହିଁ ଏମିତି ଦେଶ

         ଯେଉଁଠି ନାହିଁ କରୋନା ବିଷ,

ବେଳକୁ ବେଳ ବଦଳେ ବେସ

         ଚୋରାଇ ନିଏ ମୁଖରୁ ହର୍ଷ ।୨।


ମୁଣ୍ଡ ବିନ୍ଧାକୁ ଛିଙ୍କ ଓ କାଶ

         ମନ୍ଥର ହୁଏ ନରର ଶ୍ୱାସ,

ଖାଲି ଆଖିରେ ନୁହେଁ ଦିରଶ

         ସଂକ୍ରମିତ ବି ସବୁ ମଣିଷ ।୩।


ଭୁତାଣୁ କରିଛି ସଭିଁଙ୍କୁ ଦାସ

         ବିଜ୍ଞାନ ଆଜି ପୁରା ହତାଶ,

ବିତି ଗଲେବି ବରଷ ମାସ

         କରୋନା ଏଠି ହୁଏନା ହ୍ରାସ ।୪।


ମହାମାରୀ ର ବଢ଼ଇ ବ୍ୟାସ,

         ସ୍ୱାସ୍ଥ୍ୟ ବ୍ୟବସ୍ଥା ହୁଏ ବିବସ,

ବିଫଳ ସବୁ ଏଠି ଯେ ଶାସ

         ବୁଝିବ କିଏ ରୋଗୀର ପ୍ରାସ ।୫।


ତାଲାବନ୍ଦୀର ପଡିଛି ଫାସ

         ଗୃହବନ୍ଦୀରେ କରୁଛି ବାସ,

ରୋଜଗାର ଯେ ହୋଇଛି ଶେଷ

         ପ୍ରଜା ପିଉଛି ଅଭାବ ଶୋଷ ।୬।


କରେ ଅମାନିଆ ଉପହାସ

         ଅକାରଣରେ ବଢାଏ କ୍ଳେଶ,

ବଜାର ଘାଟେ ରଚଇ ରାସ

         ମାସ୍କ ପିନ୍ଧିବି ଦିଶଇ ନିଶ ।୭।


ଅର୍ଥ ସଂକଟେ ଚାଷୀର ଚାଷ

         ହେଲାଣି ଖାଲି ବି ରାଜକୋଷ,

ଟୀକା ମିଳେନା କାହାର ଦୋଷ

         କିଏ ବୁଝିବ ଜନତା ରୁଷ ।୮।


ଦେବା ଦେବୀ ସବୁ ଉପବାସ

         ବିନା ଭକ୍ତେ ଚାଲେ ନନ୍ଦିଘୋଷ,

ଖାଲି ରାସ୍ତାରେ ବୁଲଇ ବୃଷ 

         କରିଛି ସବୁ କରୋନା ଗ୍ରାସ ।୯।


ଉପୁଡ଼ି ଯାଏ ମୁଣ୍ଡର କେଶ

         ଶିଥିଳ ହୁଏ ଦେହର ମାଂସ,

ବୁଡ଼ି ଯାଉଛି ସମ୍ପୂର୍ଣ ବଂଶ

         କରୋନା କରେ ଧ୍ବଂସ ବିଧ୍ଵଂସ ।୧୦।


ଧନୀ ଗରିବ ନାରୀ ପୁରୁଷ

         ଅସ୍ତିତ୍ବ ପାଇଁ କରେ ସଂଘର୍ଷ,

କରୋନା ଆଗେ ସଭିଏଁ ହାସ

         ଫିକା ଦିଶୁଛି ମାନବ ଯଶ ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy