STORYMIRROR

SADASIBA NAYAK

Inspirational

3  

SADASIBA NAYAK

Inspirational

କରୋନା ମୁକାବିଲା

କରୋନା ମୁକାବିଲା

1 min
11.6K


ଚାଇନା ଦେଶରୁ ଜନମ ତାହାର ପବନରେ ଯାଏ ବ୍ୟାପୀ

ଜଣ ଠାରୁ ଜଣେ ସଂକ୍ରମିତ ହୋଇ ପୃଥିବୀ କୁ ଦେଲା ଗ୍ରାସୀ


ବିଶ୍ୱ ସମୁଦାୟ ଆତଙ୍କିତ ଏବେ ମାନବ ସୁରକ୍ଷା କେବେ

ନିଜ ଧ୍ବଂସ ର ପଥିକ ଅଟନ୍ତି କାହାକୁ ଅବା କହିବେ


ବିଜ୍ଞାନ ଯୁଗର ବଳିୟାନ ଆମେ ପ୍ରକୃତି ସଙ୍ଗେ ଖେଳିଲୁ

ଜୀବଜଗତକୁ ଧ୍ବଂସ କରି ସମସ୍ତ ଜୀବ ଖାଇଲୁ।


ମନୁଷ୍ୟ ସମାଜେ ଚହଳ ପକାଇ ମାଡି ଚାଲିଛି କରୋନା

ସଚେତନ ହୁଅ ମାନବଜାତି ଜମାରୁ ଏହାକୁ ଡରନା


ସାବୁନରେ ହାତ ଧୋଇ କରି ଆମେ ମାସ୍କ ସର୍ବଦା ପିନ୍ଧିବା

ସଙ୍ଗରୋଧରେ ରହି କରି ସର୍ବେ କରୋନା କବଳୁ ବଞ୍ଚିବା।


Rate this content
Log in

Similar oriya poem from Inspirational