Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

4.5  

Ranjan Kumar Brahma

Inspirational

କରୋନା ମୋ ଦେଶରେ

କରୋନା ମୋ ଦେଶରେ

1 min
23.4K



କରୋନା ଆଜି ମୋ ଦେଶରେ

ରାଷ୍ଟ୍ର ମୁଖିଆଙ୍କ କଡା ନଜରରେ

ଯୋଦ୍ଧାଙ୍କ ଚକ୍ରବ୍ୟୁହରେ

ଜନତାଙ୍କ ସଚେତନରେ

ସମାଜସେବୀଙ୍କ ମାର ଧରରେ

ପତ୍ରକାରଙ୍କ କଲମ କ୍ୟାମେରାରେ

ସେ ଅଣନିଶ୍ୱାସୀ

ନିରୁପାୟହୋଇ ବାଟଖୋଜେ 

ନିଜ ଜୀବନ ବଞ୍ଚାଇବାରେ ।


କରୋନା ଆଜି ମୋ ଦେଶରେ 

ଚୁଗୁଲିଆଙ୍କ ଚୁଗୁଲି ଟିକ୍ ଟିକ୍ ଭିଡ଼ିଓରେ

ଘର ମରଦଙ୍କ ସିଝା ଛଣା 

ଭଳିକି ଭଳି ମଜାମଜା ଖାଦ୍ୟରେ

ଘର ଲୋକଙ୍କ ଚହଳରେ

ପିଲାଙ୍କ ଅନ୍ ଲାଇନ ପାଠପଢ଼ା ଭିଡରେ

କାହା ପାଖକୁ ଯିବ ?

କିପରି ଡରାଇବ ?

ସେ ନିଜକୁ ବଞ୍ଚାଇବା ଚକରରେ ।


କରୋନା ଆଜି ମୋ ଦେଶରେ

ଶିଶୁ ଯୁବ ଶକ୍ତିଙ୍କ ପ୍ରତିଭା ବିକାଶରେ

ତାଙ୍କ ଧୈର୍ଯ୍ୟର ପରୀକ୍ଷାଗାରରେ

ଦଳି ଚକଟି ହୁଏ

ରାସାୟନିକ ପ୍ରୟୋଗର ସଂସ୍ପର୍ଶରେ

ପୁରା ଚକା ଅଖ ଜାମରେ ଫସିଯାଇ

ଏଇଠୁ କେଉଁ ଆଡେ କିପରି ଯିବ ?

ଜୀବନ ହାରିବା ଅପେକ୍ଷାରେ 

ଆଜି ଏଇଠି ମୋ ଦେଶରେ ।


ବଡ଼ ବିଚିତ୍ର ମୋ ଦେଶ ଭାରତ

ସବୁଠି ସେ କାୟା ବିସ୍ତାରିପାରେ

ଡରାଇପାରେ

ଧରାଶାୟୀ କରିପାରେ

ହେଲେ ଏଇଠି ଆଦଉ ନୁହଁ

ସେ କଅଣ ମାରିବ କାହାକୁ

ତାକୁ ମରିବାକୁ ପଡେ

ଏ ଦେଶର ବିଶ୍ୱାସ ଜାଗ୍ରତ ଭିଡରେ 

 ଆଜି ମୋ ଦେଶ ଭାରତ ଭିତରେ ।



Rate this content
Log in

Similar oriya poem from Inspirational