STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

କରୋନା ମାତିଛି

କରୋନା ମାତିଛି

1 min
107

କରୋନା ମାତିଛି ଏବେ ଚାଇନା ଦେଶରେ

ଖେଳାଇ ଆତଙ୍କ

ହାଃ ହାଃ କାର ପଡ଼ିଅଛି ଦେଖ ବିଶ୍ୱଯାକ

ସହସ୍ର ସହସ୍ର ଜନେ ତା ଫାଶରେ ବନ୍ଧା,

ଫାଶକୁ କାଟିବ ପାଇଁ ଚାଲିଅଛି ଫନ୍ଦା

ଏମିତି ମାରାତ୍ମକ ସେ ଅଟେ ଭୟଙ୍କର

ପାଶେ ଦେଖିଦେଲେ ମନେ ଲାଗୁଅଛି ଡର

ଚାଇନା ମାନବେ ଯାହା ତାହା ଖାଇଥାନ୍ତି ,

ଜୀବଙ୍କର କଞ୍ଚା ମାଂସ ଭକ୍ଷଣ କରନ୍ତି

ସେ କୁକର୍ମ ଫଳେ

ଭୟଙ୍କର ମହାମାରୀ ନରଭକ୍ଷୀ ଦାନବ ରୂପରେ

କରୋନା ବିସ୍ତାରେ କାୟା ବିଶ୍ଵଦରବାରେ

ବିଜ୍ଞାନ ପାଉନି ଅସ୍ତ୍ର କାଟିବାକୁ ତା'ର ହସ୍ତ ପଦ

ଅସହାୟ ହୋଇପଡେ ତା ସମ୍ମୁଖେ ମାନବ ସମାଜ

ତଥାପି ମୁଁ ଦେଉଅଛି ଆଶ୍ୱାସନା ବାଣୀ

ଆସୁଅଛି ବ୍ରହ୍ମ ଅସ୍ତ୍ର ସାରିଦେଵ କରୋନା କାହାଣୀ

ବିଜ୍ଞାନର ଜ୍ଞାନ ମହୋଷଧି

ଅଚିରେ ତାହାକୁ ନିଶ୍ଚେ ଦେବଟି ସମାଧି

ସେଥିପାଇଁ କରିବା କିଛି ବିଧି ଓ ବ୍ୟବସ୍ଥା

ମୁଖେ ପିନ୍ଧି ମୁଖା, ହେବା ସଚେତନ

ରଖିବା ନିଜକୁ ପରିଷ୍କାର ପରିଚ୍ଛନ୍ନ

ନିରାମିଷ ଆହାରକୁ କରିବା ଭୋଜନ

ଯୋଗ ପଥେ ପଥି

ଶରୀରର ବଢ଼ାଇବା ପ୍ରତିଷେଧକ ଶକ୍ତି

ନିଜକୁ ବଞ୍ଚାଇ ବ୍ରହ୍ମଅସ୍ତ୍ର ଟୀକା ସାହାଯ୍ୟରେ

କରୋନାକୁ ବିତାଡିତ କରିଦେବା

ଅଜଣା ରାଜ୍ୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract