STORYMIRROR

Mr.Siddheswar Behera

Inspirational Children

3  

Mr.Siddheswar Behera

Inspirational Children

କରୋନା ଲକ୍ଷଣ

କରୋନା ଲକ୍ଷଣ

1 min
48


ଥଣ୍ଡା, କାଶ,ଛିଙ୍କ,ତରଳ ଝାଡା,ଜ୍ବର

ଦେହ ହାତ ଘୋଳା ବିନ୍ଧା ।

ଏମିତି ଅନେକ ଲକ୍ଷଣ କରୋନାର

ସଭିଏଁ ଆମେ ଜାଣିରଖିବା ।।


ସାମାଜିକ ଦୂରତା ରଖିବା ସଦା

ମୁହଁରେ ମାସ୍କକୁ ବାନ୍ଧିବା ।

ଟଙ୍କାପଇସା ନେଣଦେଣ ସମୟେ

ହାତେ ଗ୍ଲୋବସ୍ ପିନ୍ଧିବା ।।


ସରକାରଙ୍କ ନିର୍ଦ୍ଦେଶାବଳୀ ମାନି 

ସଭିଏଁ ଘରେ ରହିବା ।

ନିଜେ ସୁରକ୍ଷିତ ରହିବା ସହିତ

ଅନ୍ୟକୁ ସୁରକ୍ଷିତ ରଖିବା ।।

 

ମଣିଷରୁ ମଣିଷକୁ କରୋନା ବ୍ୟାପେ 

ପାଟି, ନାକ, ଆଖି ଦେଇ ।

ସତର୍କ, ସଚେତନ ଯେବେ ନହେବା

ସଭିଙ୍କୁ ସେ ଆକ୍ରାନ୍ତ କରଇ ।।


ସମୟ ଅତିକ୍ରାନ୍ତେ ବଦଳି ଚାଲିଛି 

କରୋନାର ଲକ୍ଷଣ ସବୁ ।

ଆକ୍ରାନ୍ତ ମାନେ ବାରି ପାରନ୍ତିନି 

ଗନ୍ଧ ସ୍ବାଦ ଆଦିକୁ ।।


ଆଜି ପର୍ଯ୍ୟନ୍ତ ବାହାରି ପାରିନି

କରୋନାର ଟିକା,

ଔଷଧ ।

ଟିକା,ଔଷଧ ବାହାରିଲା ପର୍ଯ୍ୟନ୍ତ 

ମାସ୍କରେ କରିବା ପ୍ରତିରୋଧ ।।

 

ବାହାରୁ ଯେବେ ଘରକୁ ଆସିବ 

ହାତ ଗୋଡକୁ ଧୋଇବ ।

ପିନ୍ଧା ବସ୍ତ୍ର ସବୁକୁ ଧୋଇଦେଇ 

ଖରାରେ ଶୁଖାଇ ଦେବ ।।


ସମୟ ଅନ୍ତରାଳେ ସାବୁନରେ 

ହାତ ଭଲକି ଧୋଇବା ।

ଯଥା ସମ୍ଭବ ହାତକୁ କେବେବି 

ଆଖି,ନାକ,ପାଟିରେ ନ ମାରିବା ।।


ଭଲରେ ଖାଦ୍ୟ ସିଝାଇ ରାନ୍ଧିବା 

ଖାଇବା ଉଷୁମ ଖାଦ୍ୟ ।

ଆବଶ୍ୟକ ମତେ ପାଣି ପିଇବା

ଉତ୍ତମ ରହିବ ସ୍ବାସ୍ଥ୍ୟ ।।


ଦୁଇ ଗଜ ଦୂରତା ରଖି ନିଜ ମଧ୍ୟେ 

ହେବା ଆମେ କଥାବାର୍ତ୍ତା ।

କୋଡିଏ ସେକେଣ୍ଡ ହାତକୁ ଧୋଇବା

କରାଇ ସତର୍କତା ।।

 

ଡରିନଯାଇ ସଚେତନ ସତର୍କ ରହି

କରିବା ନିୟମ ପାଳନ ।

ସମୟ ଆସିବ ଏହି ପୃଥିବୀରୁ

କରୋନା କରିବ ପଳାୟନ ।।



Rate this content
Log in

Similar oriya poem from Inspirational