STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

କରୋନା କର୍ଫ୍ୟୁ ( ୧୧ ତମ ଦିନ)

କରୋନା କର୍ଫ୍ୟୁ ( ୧୧ ତମ ଦିନ)

1 min
259


ଦେଖ ଦେଖ ବନ୍ଧୁ ସୂର୍ଯ୍ୟ ବି କର୍ଫ୍ୟୁରେ

ଦେଖାଉ ନାହାନ୍ତି ମୁଖ

ସାଧାରଣ ସବୁ ମାନବ ତ ତୁମେ

ତାଙ୍କଠାରୁ ହେଲେ ଶିଖ ।।


ଭୁବନେଶ୍ୱର ର ଆକାଶରେ ଆଜି

ସୂର୍ଯ୍ୟ ବି ମେଘତଳେ

ଲୁଚି ରହିଛନ୍ତି ଆକାଶ ଭିତରେ

ଜାତୀୟ ବିପତ୍ତି ବେଳେ ।। 


ମଣିଷ ମାନୁନି ଏ ବିପତ୍ତି ବେଳେ

କରେ ଦେଖ ମନମାନି

ମାଡ଼ି ଆସୁଅଛି ଅସାଧ୍ୟ କରୋନା

ଯମପୁରେ ନେବ ଟାଣି ।।


ଧ୍ଵଂସ ପଥରେ ପୃଥିବୀ ଜାଣିବି

ଅଜଣା ହୁଏ ମଣିଷ

ଜାଣିଶୁଣି ଚାଲେ ବିସମ ପଥରେ

କୁଢ଼ କୁଢ଼ ଯହିଁ ବିଷ ।।


ସେ ବିଷ ପ୍ରଭାବେ କେତେ ଯେ ଜୀବନ

ଅଦିନରେ ଯିବ ଚାଲି

ଲୁହ ଢାଳିବା କୁ କେହିତ ନଥିବେ

ଘରେ ନଜଳିବ ଚୁଲି ।।


ସେହି ପଥରୋଧ କରିବା ପାଇଁକି

କର୍ଫ୍ୟୁ ହୋଇଛି ଆଜି

ପ୍ରକୃତି ହସୁଛି ମଣିଷ କାନ୍ଦୁଛି

ମେରୁଦଣ୍ଡ ଯାଏ ଭାଙ୍ଗି ।।


ସେଥିପାଇଁ ବୋଧେ ସୂରୁଯ ଦେବତା

ମୁହଁ ଆଜି ଲୁଚାଇଲେ

ସାବଧାନ ହୁଅ ମଣିଷ ସମାଜ

ବଞ୍ଚିବାକୁ ଇଛାଥିଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational