STORYMIRROR

Bijoy Jena

Classics Inspirational Children

4  

Bijoy Jena

Classics Inspirational Children

କରୋନା ଦେଇଛି ଏହି ମହା ଶିକ୍ଷା

କରୋନା ଦେଇଛି ଏହି ମହା ଶିକ୍ଷା

1 min
361

କରୋନା ଦେଇଛି  ଏହି ମହାଶିକ୍ଷା

    ପରମାତ୍ମା ମହାଶକ୍ତି

ସେ ଶକ୍ତି ଆଗରେ   ମସ୍ତକ ନୂଆଇଁ

    ଚଳିବାକୁ ହେବ ନିତି।


କାମ କ୍ରୋଧ ମୋହ ଆଦି ମାୟା ଜାଲ

     ଛିନ୍ନ କରି ସଦା ଚଳ        

ନୂତନ ବରଷେ  ନୂଆ ସମ୍ଭାବନା

   ହୋଇବ ନିଶ୍ଚେ ସଫଳ।


କୃଷକ ଲଙ୍ଗଳ     ମୁନରୁ ଜାଗ୍ରତ

     ନିଷ୍ପେସିତ କୁଡ଼ିଆରୁ

ଭାରତର ଆତ୍ମା   ସଦା ଜାଗିଉଠୁ

     କୈବର୍ତ୍ତର ଜାଲ ଠାରୁ।


ବିବେକାନନ୍ଦଙ୍କ   ମହତ ବାଣୀକୁ

    ଭୁଲିବାନି ଆମେ କେହି

ମାନବିକତାର    ମହାମନ୍ତ୍ର ଧରି

    ବିଶ୍ୱକୁ ଯେ ଦେବା କହି।


ଆମ ସାମାଜିକ  ବ୍ୟବସ୍ଥା ତ ଥିଲା

   ଅତ୍ୟନ୍ତ ଉଚ୍ଚକୋଟୀର

ମାତୃଶକ୍ତି ପୂଜା  ନୈତିକ ସଂସ୍କାର

     ଆଧ୍ୟାମିକ ଦରବାର।


ସ୍ୱପ୍ନକୁ ନଦେଖି   ସଂକଳ୍ପ କରିବା

   ଏହା ହେଊ ଆମ ଧ୍ୟାନ

ଜଗନ୍ନାଥ ସ୍ୱାମୀ   କୃପାବାରି ଢାଳି

    ହୋଇବେ ନିତି ପ୍ରସନ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics