STORYMIRROR

Sagar Kumar Parida

Inspirational

3  

Sagar Kumar Parida

Inspirational

କରୋନା ଦାନବ

କରୋନା ଦାନବ

1 min
16

କରୋନା କବଳେ କବଳିତ ଆଜି ମୋ ବିଶ୍ୱର ନରନାରୀ

ଚୀନ ଉହାନ ସହରୁ ଆସି ସେ ରଚାଇଛି ମହାମାରୀ ।।


ଅଦୃଶ୍ୟ ଦାନବ ଅଦୃଶ୍ୟ ପଥରେ ଜନେ କରେ କବଳିତ 

କାହାକୁ ଦିଅଇ ମୃତ୍ୟୁର ଯାତନା କାହାକୁ ମୃତ୍ୟୁର ପଥ ।।


ସମ୍ପର୍କର ସେତୁ ହୁଏ ଖଣ୍ଡ ଖଣ୍ଡ କରୋନା ଭୁତାଣୁ ବଳେ

ମଣିଷ ହରାଏ ତା' ମାନବିକତା କେବଳ କରୋନା ଡରେ ।।


ସମଗ୍ର ବସୁଧା ନିରବି ଯାଇଛି ଜନଶୂନ୍ୟ ରାସ୍ତାଘାଟ

ଦେଶେ ଦେଶେ ରାଜ୍ୟେ ରାଜ୍ୟେ ଗ୍ରାମେ ଗ୍ରାମେ ପଡିଛି ତାଟି କବାଟ।।


ଭୁତାଣୁ ମାନବ ମଧ୍ୟରେ ସମର ଚାଲିଅଛି ଏହି ବିଶ୍ୱେ

ନୀତି ନିୟମକୁ ପାଳନ କରିଲେ ହାରିବ କରୋନା ନିଶ୍ଚେ ।।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ମାନି ଆମେ ଚଳୁଥିବା

କାଶ ଛିଙ୍କ ଥଣ୍ଡା ରୋଗୀଠୁ ଦୂରତା ସର୍ବଦା ରକ୍ଷା କରିବା ।।


ମାସ୍କ ପିନ୍ଧିବା ଘରୁ ବାହାରିଲେ ଧୋଇ ହାତ ସାବୁନରେ

ସାନିଟାଇଜର ପାଖେ ରଖିଥିବା ବ୍ୟବହାର ବିଧାନରେ ।।


ସକରାତ୍ମକର ଚିନ୍ତା କରୁଥିବା ନକରାତ୍ମକ ହଟାଇ

ଯୋଗ କରୁଥିବା ରାମଦେବଙ୍କର ସକାଳ ସଂନ୍ଧ୍ୟାକୁ ଧାୟୀ ।।


କାଢ଼ା ପିଉଥିବା ଦୁଇ ଓଳି ଆମେ ଗରମ ଖାଦ୍ୟକୁ ଖାଇ 

ଘୃଣା କରିବାନି କରୋନା ଯୋଦ୍ଧାଙ୍କୁ ତାଙ୍କ ପରି ବନ୍ଧୁ କାହିଁ?


ବୁଲିବାନି ଆମେ ବାହାରେ ଅଯଥା ଈଶ୍ୱରରେ ରଖିଲୟ

ବିଜ୍ଞାନ ଉପରେ ଭରସା ରଖିବା ଟୀକା ବାହାରିବା ଥୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational