STORYMIRROR

Ranjan kumar Mohanty

Inspirational

4  

Ranjan kumar Mohanty

Inspirational

କରୋନା ଭୟ

କରୋନା ଭୟ

1 min
340


କରୋନା ଆଣିଲା କରୁଣ କାହାଣୀ

ସବୁରି ଆଖିରେ ନିରାଶା ଚାହାଣି

କିଛି ହେଉ ନାହିଁ ଜାଣି

ନିଜ କଲା କର୍ମେ ମରନ୍ତି ପ୍ରାଣୀ ।


ଚହଳ ପଡିଛି ଗାଁ ସହର

ଚାରିଆଡେ ଖାଲି ଜୀବନ ଡର

ଶୁଭୁଅଛି ହାହାକାର

ସତେକି ଏ ବିଶ୍ୱ ହେବ ସଂହାର ।


ଡରିବା ନାହିଁ ହେ ଲଢ଼ିବା ମିଶି

ତେବେ ଯାଇ ସିନା ପାଇବା ଖୁସି

ଘରେ ରହି ଦିବାନିଶି

ସଚେତନ ଆମେ ହୋଇବା ବେଶୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational