STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କରନି ହିନିମାନିଆଁ !

କରନି ହିନିମାନିଆଁ !

1 min
394

ତୁମ କରୁଣା ସାଗର ଉଣା ହୋଇଗଲେ

କରୁଣା ମାଗିବି ନାହିଁ ତୁମକୁ ହେ ମଣିମା

ଭାବ ଦୟା ଖଣି ସରିଯିବ ଯେବେ

ମୋତେ କରନାହିଁ ଦୟା ହେ ମଣିମା |


କାହିଁକି ମାଗିବି କରୁଣା ତୁମକୁ

କାହିଁକି ମାଗିବି ଦୟା ହେ

ମୋ କରମ ଫଳ ଭୋଗିବାକୁ ଆଜି

ରାଜଦାଣ୍ଡେ ପରା ଠିଆ ହେ ମଣିମା ରାଜ

ସଂସାର ଫାନ୍ଦ ମୁଁ ଛିଣ୍ଡାଇ ଦେଲିଣି


ନାହିଁ ମୋର ମୋହମାୟା ହେ ମଣିମା...ନାହିଁ..

ତୁମେ କିନ୍ତୁ ପ୍ରଭୁ କରୁଣା ସାଗର

ତୁମ ଠାରେ ଥାଏ ଦୟା ହେ ମଣିମା...ତୁମ

ନ ଦେବାକୁ ଯଦି ମନରେ ଭାବନା.

କରନି ହିନିମାନିଆଁ ହେ ମଣିମା..କରନି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics