STORYMIRROR

ଅମିତ୍ କୁମାର ସେଠୀ

Abstract Others

4  

ଅମିତ୍ କୁମାର ସେଠୀ

Abstract Others

କ୍ରମଶଃ

କ୍ରମଶଃ

1 min
265

ଜୀବନ ହେଉଛି ଏକ ଯାତ୍ରା

ଆମେ ନୂତନ ମୋଡ଼ ଆଡ଼କୁ କ୍ରମଶଃ ଗତି କରୁ

ଅଜଣା ଯାତ୍ରାକୁ ଅନୁଭବ କରୁ ଏବଂ ଶିଖୁ 

ଏହା ଏକ ଅଦୃଶ୍ୟ ପଥ

ଯେଉଁଥିରେ ଆମେ

ଆମର ସ୍ୱପ୍ନର ସନ୍ଧାନରେ ସ୍ଥିର କରିଥାଉ 

ଆମର ଅସୀମ ସମ୍ଭାବନାକୁ ମୁକ୍ତ କରିଥାଉ ?

କ୍ରମଶଃ ଜୀବନ ଆଗକୁ ବଢ଼େ

ଅନେକ ଫଗୁଣ

ଗୋଟିଏ ପରେ ଗୋଟିଏ ଶ୍ରାବଣ

ଯୌବନର ବୈଶାଖ ପାର

ହୋଇଥାଏ କ୍ରମେ କ୍ରମେ

ତେବେ ଜୀବନର ପ୍ରତି ପର୍ଯ୍ୟାୟରେ

ଆମେ ଆମ ଜୀବନକୁ ସନ୍ତୁଳିତ

ଆନନ୍ଦିତ ରଖିବାକୁ ଚେଷ୍ଟା କରୁ

ଭବିଷ୍ୟତ, ପରିବାର , ସ୍ୱାସ୍ଥ୍ୟ, ସମ୍ପର୍କ

ସବୁକିଛି ଧୀରେ ଧୀରେ ପରିବର୍ତ୍ତନ ହୁଏ

ତେବେ କ୍ରମଶଃ ପରିବର୍ତ୍ତିତ

ଜୀବନରୁ ଅନୁଭୂତିରୁ ଶିଖିବା

ସହଭାଗୀତାର ମହତ୍ତ୍ୱ

ବୁଝି ଜୀବନ ଜୀଇଁବା ହିଁ ଏକ କଳା

ଭିନ୍ନ ଭିନ୍ନ ପରିସ୍ଥିତି

ପରିବର୍ତ୍ତନଶୀଳ ସମ୍ପର୍କ

ଆନ୍ଦୋଳିତ ଅନୁଭବ

ସବୁକିଛି ଅନେକ କ୍ରମଶଃ

ବଦଳିଯାଏ ଆବଶ୍ୟକତା

ପ୍ରାଥମିକତା ଅନୁସାରେ

ତେବେ ଜୀବନର ଅନେକ

ପରିବର୍ତ୍ତନ ଓ ଘଟଣାବହୁଳ କ୍ରମଶଃ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract