Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Inspirational

4  

Jyochhna rani Devi

Inspirational

କର୍ମଫଳ

କର୍ମଫଳ

1 min
144



ସାଧନା ବଳରେ ସକଳ ତ ସିଦ୍ଧି ବିହି ଥିଲେ ଅନୁକୂଳ

ବିହି ବାମ ହେଲେ ସକଳ କରମ ହୁଅଇ ପରା ବିଫଳ ।


କର୍ମଫଳ କେହି ପାଉଥିଲା ବେଳେ କର୍ମରେ ଆସେ କା ବାଧା

କି କରି ପାରିବ ଛାର ଏ ମଣିଷ ବିହି ଯେବେ ମାରେ ବିଧା ।


ଧନ ଜନ ଜ୍ଞାନ ମାନ ସନମାନ ସକଳ ହୁଏ ନିଷ୍ଫଳ

ସାଧନା ବଳରେ ସକଳ ତ ସିଦ୍ଧି ବିହି ଥିଲେ ଅନୁକୂଳ ।


କର୍ମ ସଳଖରୁ କମଳା ପ୍ରାପତେ ବିଷ୍ଣୁ ହେଲେ ଭାଗ୍ୟବନ୍ତ

କର୍ମ ଅବେଳରୁ ବିଷ ପାନେ ଶିବ ହୋଇଲେ ବିଶ୍ଵବିଶ୍ରୁତ  ।


ସକଳ ସାମର୍ଥ୍ୟ ପାଶେ ଥାଇ ମଧ୍ୟ ପଣ୍ଡୁଙ୍କ ତନୟଗଣ

ହେଲେ ବନବାସୀ ଦେଲେ କୁଳଧ୍ଵଂସି ଲଢି ଯେ ଭାରତ ରଣ ।

ନିଜ ଗଉରବ କୁଳ ସଉରଭ କ୍ଷୟ ଯାଏ କଳବଳ

ବିହି ବାମ ହେଲେ ସକଳ କରମ ହୁଅଇ ପରା ବିଫଳ ।


ନଳ କାଟି ଘାସ କର୍ମ ବିପାକରୁ ରଚି ଯାଇଛନ୍ତି ଗାଥା

ହରିଶ୍ଚନ୍ଦ୍ର ପରା ଶ୍ମଶାନ ରକ୍ଷକ ଏ କଥା ନୁହଁ ଅନ୍ୟଥା ।



Rate this content
Log in

Similar oriya poem from Inspirational