କର୍ମଫଳ
କର୍ମଫଳ
ରାମ, ରହିମ୍, ଆଲ୍ଲା, ଯୀଶୁ
ଯେ କେହି ବା ହୁଅନ୍ତୁ ତୁମ ଆରାଧ୍ୟ ଭଗବାନ
ଯେତେ କର ଆରାଧନା, ପୂଜା ବା ଅର୍ଚ୍ଚନା,
ତୁମର ଏ କର୍ମଫଳରୁ ନିସ୍ତାର ନାହିଁ।
ଏ ତୋଫାନର ରଚୟିତା ସେ ସ୍ୱୟଂ
ଏ ଅନ୍ଧାର ପରେ ଆଲୋକର ବି ଜନ୍ମଦାତା ସେ ସ୍ୱୟଂ
ଏ ଯନ୍ତ୍ରଣା ହିଁ ଏ ସଂସାରର ବର୍ତ୍ତମାନର ଆଵଶ୍ୟକତା
ଆଖିରେ ଅଶ୍ରୁ ଓ ହୃଦୟରେ ବେଦନା ନେଇ
ତୁମର ଆରାଧ୍ୟ ବି ଏ ଦୁର୍ଦଶାର ସହଭାଗୀ ଓ ସାକ୍ଷୀ।
ପ୍ରତୀକ୍ଷାରେ ବସିରହ, ସତ୍ୟ ଓ ଧର୍ମର ମାଟିକୁ କାମୁଡ଼ି
ପାହିଯିବ ଏ ଅମାରାତି ହସିବ ଅରୁଣ
ଶାନ୍ତିର ଆଲୋକେ ପୁଣି ହସିବ ଏ ଧରା
ସେ ବି ହସୁଥିବେ ଆଖିରେ ଆନନ୍ଦାଶ୍ରୁ ଝାରି।
