କର୍ମ ତତ୍ପର
କର୍ମ ତତ୍ପର
ଆଳସ୍ୟକୁ ତେଜି ସରବେ
ହୁଅ କର୍ମତତ୍ପର
ଭରିଯିବ ଖୁସି ଜୀବନେ
ଦୁଃଖ ହୋଇବ ଦୂର
ଅଳପ ଭୂମିରେ କୃଷକ
ଶ୍ରମ ନିଗାଡି ତା'ର
ସୁନାର ଫସଲ ଆମକୁ
ଦିଏ ସେ ଉପହାର
ବାଇଚଢ଼େଇର ବସାଟି
ଲାଗେ କେତେ ସୁନ୍ଦର
ପରିଶ୍ରମ ବଳେ ତୋଳିଛି
ନାହିଁ ବତାସ ଡର
ପର ଉପକାରୀ ସରଘା
ମୂଲ୍ୟ ବୁଝେ ଶ୍ରମର
ଫୁଲରୁ ନିଇତି ଆହରି
ଗଢ଼େ ମଧୁଭଣ୍ଡାର
ରହିଥାଏ ଜିଆ ମାଟିରେ
ସାଜି ବନ୍ଧୁ ଚାଷୀର
ଜୀବନ ସାର୍ଥକ ମଣୁଛି
କରି ମାଟି ଉର୍ବର
ମାନବ ଜୀବନ ଆମର
ଦାନ ଈଶ୍ୱରଙ୍କର
ଅଜ୍ଞାନ ହଟାଇ ମନରୁ
କର ଉଚ୍ଚ ବିଚାର
ଚାଲୁଥାଅ କର୍ମପଥରେ
କର୍ମ ଜୀବନେ ସାର
କର୍ମ ବଳେ ସୁଖ ପ୍ରାପତି
ସଦା ମନରେ ସ୍ମର
