Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Abstract Inspirational

2  

DAYANIDHI BAGARTEE

Abstract Inspirational

କର୍ମ ହିଁ ଧର୍ମ

କର୍ମ ହିଁ ଧର୍ମ

1 min
140



          

ଜୀବନ ଏକ ପାଣି ଫୋଟକା 

              କେତେବେଳେ ଫାଟିଯିବ ଜଣାନାହିଁ

ମନ ଚାହୁଁଚି ଯାହା କରିଯାଅ ସଭିଏଁ

                  ସତ୍କର୍ମେ କାହାରିକୁ ମନା ନାହିଁ   |

ପ୍ରତିଟି ମୂହୁର୍ତ୍ତ ଶୁଭ ଯୋଗ ଅଟେ 

                କାହାକୁ ଆଉ ଅପେକ୍ଷା କର ନାହିଁ

ନିଜ ଯୁଦ୍ଧ ନିଜେ ଲଢି ସଫଳତା ହାତେ ଧରି

       ବିଜୟ ଧ୍ୱଜା ଉଡାଇବାକୁ କଣ ତୁମର ଇଚ୍ଛା ନାହିଁ |

ନିଜକୁ ଚାହିଁ ପଚାର ଥରେ

               ତୁମେ କଣ ପାରିବନି କିଛି କରି

ବାହାର କର ଲୁକ୍କାୟିତ ପ୍ରତିଭାକୁ 

           ହଁ ହଁ ତୁମେ ବି ଅଟ ପ୍ରଶଂସାର ଅଧିକାରୀ    |

ସବୁ ମଣିଷର ବୁଦ୍ଧି ଜ୍ଞାନ ଅଛି

                ବିନିଯୋଗ କରିବା ବାକି ରହିଲା

ପ୍ରସ୍ତୁତ ହୁଅ ଲକ୍ଷ ହାତେଇବା ପାଇଁ 

               ଭୁଲିଯାଅ ଆଉ କିଏ କଣ କହିଲା   |

କର୍ମରେ ଥିବ ଯଦି ସାଧୁତା ଓ ଶୁଦ୍ଧତା 

              ନିଃସନ୍ଦେହେ ସଫଳତା ପାଦ ଚୁମିବ

କର୍ମରୁ ହିଁ ଧର୍ମର ଜାତ ହଅଇ 

                 କଥନ ଏଇ ସଦା ମନେ ରଖିବ  |


Rate this content
Log in

Similar oriya poem from Abstract