STORYMIRROR

Minakshi Samal

Inspirational

3  

Minakshi Samal

Inspirational

କରିତକର୍ମା

କରିତକର୍ମା

1 min
320

ବିଚିତ୍ରବର୍ଣ୍ଣା ଏ ସୃଷ୍ଟିର ସମ୍ଭାର

କରିତକର୍ମା ତୁମେ କରି ଚମତ୍କାର

ଭିନ୍ନ ଭିନ୍ନ ରୂପ , ରଙ୍ଗ ଓ ମହକେ

ଭରିଅଛ ଧରଣୀର ଗନ୍ତାଘର।


ଋତୁ ଆସେ ପୁଣି ଚାଲି ଯାଇଥାଏ

ନୂତନତ୍ବ ଭଳି ଭଳି ଆଣିଥାଏ

ନାନାଦି ରଙ୍ଗୀନ ପୁଷ୍ପ , ଫଳ ସହ

ସୁରଭିରେ ଜନ ମନ ମୋହି ନିଏ ।


ସୃଷ୍ଟିକର୍ତ୍ତାଙ୍କର କୁହୁକ ପରଶେ

ପ୍ରକୃତିରେ ସବୁଜିମା ଦଶ ଦିଶେ

ପ୍ରାଣୀ ଜଗତଙ୍କ ଆଧାରଶୀଳା ସେ

ତାଙ୍କ ଆଶୀର୍ବାଦେ ଆନନ୍ଦ ବରଷେ।


ହେ ପାଳନହାରୀ କୃପାବାରୀ ତୁମ

ସଦା ବରଷାଅ ତୁମେ ଯେ ଅସୀମ

ଦୟାର ଭଣ୍ଡାର ଅଧିକାରୀ ତୁମେ

ତୁମ ପଦେ ମଥା ଅବନତ ମମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational