STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

କ୍ରିକେଟ୍ ମ୍ୟାଚ୍ ର ମଜା

କ୍ରିକେଟ୍ ମ୍ୟାଚ୍ ର ମଜା

1 min
472

କ୍ରିକେଟ୍ ଖେଳଟା ବାଇଆ କରିଛି ଫିଫ୍ଟି ଫିଫ୍ଟି ଟି-ଟ୍ୱେନ୍ଟି

ଆଇପିଏଲ୍ ବିପିଏଲ୍ ଘିଅ ଢାଳୁଅଛି କଣା କରୁଛି ସେ ତଣ୍ଟି ।

ମ୍ୟାଚ୍ ଖେଳନ୍ତି ଖେଳାଳି ବିଚରା ଦର୍ଶକ ଖେଳନ୍ତି ଡବଲ୍

ପାଟି କରି ତଣ୍ଟି ଫଟେଇ ଦେବେ ସେ ହେଇଗଲା ଯଦି ସିଙ୍ଗଲ୍ ।

ପାରଂପାରିକ ପ୍ରତିଦ୍ଵନ୍ଦୀ ହେଲେ କଥା ସରିଗଲା ଜାଣ

ଇଣ୍ଡିଆ-ପାକ୍ କି ଇଣ୍ଡିଆ-ଅଷ୍ଟ୍ରେଲିଆ ଦର୍ଶକଙ୍କ ଦେଖ ଟାଣ ।

ବାଜି ଲାଗିଯାଏ ହଜାର ଲକ୍ଷର ଦେଶପ୍ରେମ ଫୁଟେ ନିଆରା

ଇଣ୍ଡିଆ ଫ୍ଳାଗ୍ ର ଭାଉ ବଢିଯାଏ ଉଡେ ସେ ଷ୍ଟାଡିୟମ ସାରା ।

ମୁହଁ ରେ ଟାଟୁ ଇଣ୍ଡିଆ ଫ୍ଳାଗ୍ ନାକ ଆଖି ବାଦ ନ ଯାଏ

ଖେଳ ଆରମ୍ଭର ଛଅ ଘଣ୍ଟା ଆଗୁଁ ଯୁକ୍ତି ତର୍କ ହୁଏ ବେଜାଏ ।

ଅଫିସରେ କାମ ଠପ୍ ହୋଇଯାଏ ବାପା ବୁଢାବାପା ବେମାର

ବାହାନା କରିକି ଛୁଟିରେ ରହନ୍ତି ଜାଣି ପାରନ୍ତି ଅଫିସର ।

ଷ୍ଟାଡିୟମ ଗେଟ୍ ଖୋଲିବା ଆଗରୁ ଲମ୍ବା ଧାଡିରେ ଯାଆନ୍ତି

କ୍ୟାମେରା କେଉଁଠି ଭଲରେ ପଡିବ ଜାଗାଟିଏ ବାଛି ନିଅନ୍ତି ।

ଟିକେଟ୍ ନପାଇ ବିଚରା ଥୋକାଏ ଟିଭି ପାଖେ ବସି ଯାଆନ୍ତି

ଆମ ଦେଶ ଯଦି ହାରିଗଲା ଟିଭି ଭାଂଗି ଗୁଣ୍ଡା କରି ଦିଅନ୍ତି।

ଚଉକା ଛକା କି ୱିକେଟ୍ ପଡିଲେ କିଳିକିଳା ରଡି ଛାଡନ୍ତି

ସ୍ଥାନ କାଳ ପାତ୍ର ନିର୍ବିଶେଷେ ଘରଟାକୁ ଉଠାପକା କରନ୍ତି ।

ଜିତିଗଲେ ଆମ ଧୋନୀ ରୋହିତ ଶର୍ମା ବିରାଟ କୋହଲି ଧାବନ

ହାରିଗଲେ- ଜଣାଥିଲା ଏମାନଙ୍କୁ ଦେଶରୁ ଦିଅ ନିର୍ବାଚସନ ।

ଖଡା ସିଝିବନି ଏମାନଙ୍କ ଦେଇ ବିଦା କର ୟାଙ୍କୁ ଗଜ

ପାଣି ବୋତଲ କି ପାଉଚ୍ ଫୋପଡା ଯୋତା ଚପଲ ବି ସଜ ।

ହାର ଜିତ୍ ଏତ ସ୍ୱଭାବିକ କଥା ଜଣେ ଜିତେ ଜଣେ ହାରେ

ଖେଳାଳିଙ୍କୁ ଗାଳି ଦେଲେ ଆମ ଦେଶ ସତେକି ଜିତିବ ଭାଳେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational