Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

କରିବୁ ଅନୁକରଣ

କରିବୁ ଅନୁକରଣ

1 min
283



ଖାଲି ବଡ ବଡ ଭାଷଣ ଦେବା

କହିବା ଆସ ଆସ ଗଛ ଲଗାଇବା ।


ଏ ସୃଷ୍ଟି ଧ୍ୱଂସମୁଖୀ ଗତି କରୁଛି

ବଞ୍ଚାଇବା ଧର୍ମ ଆମର ତ ଅଛି ।


ଆମ ସୁନ୍ଦର ପରିବେଶ ରହିଲେ

ଆମେ ଧରାକୁ ସୁନ୍ଦର କରି ସଜାଇଲେ ।


ଏକ ସବୁଜ ପ୍ରକୃତି ଗଢି ପାରିବା

ଅମ୍ଲଜାନ ଅଭାବକୁ ରୋକି ପାରିବା ।


ଗଛ ଲଗାଇବା ଅଟେ ପୁଣ୍ୟର କାମ

ପରିବେଶ ସ୍ଵଛ ରଖିବା ସବୁଠୁ ବଡ ଧର୍ମ ।


ପରିବେଶର ସ୍ୱଛତା କୁହ କିଏ ଜାଣିନି

କୁହଇ ସମସ୍ତ ଶାସ୍ତ୍ରଜ୍ଞା, ଜ୍ଞାନୀ ଓ ବିଜ୍ଞାନୀ ।


ପଡୁନି ଏହାର ପ୍ରଭାବ ମଣିଷେ କିଆଁ

ଜଂଗଲ ଧ୍ୱଂସ ଚାଲିଛି, ଏ କଅଣ ନୂଆ ।


ଛୋଟଦିନୁ ଆମେ ସଦା ଶିଖି ଚାଲିଛେ

ଭାଷଣକାରୀର କର୍ମ ଓଲଟା ଦେଖିଛେ ।


ଛୋଟ ଶିଶୁ ସଦା ଶିଖଇ ଯାହା ଦେଖଇ

ଚାରିପାଖର ମଣିଷର କର୍ମକୁ ଅନୁକରଣ କରଇ ।


ହେ ନୂଆ ରାଷ୍ଟ୍ରପତି, ଘେନ ଅଭିବାଦନ, 

ଆପଣଂକ କର୍ମକୁ ଆମେ କରିବୁ ଅନୁକରଣ ।


Rate this content
Log in

Similar oriya poem from Inspirational