STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

କରିବା ସଭିଙ୍କୁ ବଶ

କରିବା ସଭିଙ୍କୁ ବଶ

1 min
539

    ଗଛ କହେ ଯେବେ ନ ଧରିବି

        କେମିତି ଦେବି ମୁଁ ଫଳ

    ନଈ କହେ ଯେବେ ନ ଧରିବି

         ପାରିବିକି ଦେଇ ଜଳ ।।

     

    ନଭ କହେ ଯେବେ ନ ଧରିବି

        କେଉଁଠି ଦେଖିବ ତାରା

    ମେଘ କହେ ଯେବେ ନ ଧରିବି

        ହେବି କି ମୁଁ ଜଳଧାରା ।। 


    ଫଳ କହେ ଯେବେ ନ ଧରିବି

         ମିଳିବ କି ବୀଜଟିଏ

    ବୀଜ କହେ ଯେବେ ନ ଧରିବି

        ଚାରା ଆଣି ଦେବ କିଏ ।। 


    ଫୁଲ କହେ ଯେବେ ନ ଧରିବି

        ବୁଣିବି କେମିତି ବାସ

    ଶୀତ କହେ ଯେବେ ନ ଧରିବି

        ଲୋଡିବ କେ' ଶୀତବାସ ।। 


    ଦିନ କହେ ଯେବେ ନ ଧରିବି

      ଆଲୋକ ଦେବ କେ' ଆଣି

    ରାତି କହେ ଯେବେ ନ ଧରିବି

       ଥିବ କି ଜୋଛନା ରାଣୀ ।। 


    ମାଟି କହେ ଯେବେ ନ ଧରିବି

        ଥିବ କି ଆହାର କାହିଁ

    ଆଖି କହେ ଯେବେ ନ ଧରିବି

        କେମିତି ଦେଖିବ ଚାହିଁ ।। 


    ବହି କହେ ଯେବେ ନ ଧରିବି

       ପରଶି ଦେବ କେ' ପାଠ

    ବନ କହେ ଯେବେ ନ ଧରିବି

        କେଉଁଠୁ ପାଇବ କାଠ ।। 


    ଓଠ କହେ ଯେବେ ନ ଧରିବି

        ଫୁଟିବ କେମିତି ହସ

    ହସ ଧରିନେଇ ଓଠେ ଆସ

        କରିବା ସଭିଙ୍କୁ ବଶ ।।



Rate this content
Log in

Similar oriya poem from Inspirational