STORYMIRROR

Bharati Prava

Inspirational Others

3  

Bharati Prava

Inspirational Others

କ୍ରାନ୍ତିର ଇତିହାସକୁ ପ୍ରଣାମ.

କ୍ରାନ୍ତିର ଇତିହାସକୁ ପ୍ରଣାମ.

1 min
3.7K


ଇତିହାସ ଯିଏ ରଚିଲେ ରକ୍ତରେ,

ନିଜ ପ୍ରାଣବଳି ଦେଇ

ସ୍ଵାଧିନ ଭାରତ ଦେବାପାଇଁ ଆମ

ହସ୍ତରେ ଜାଗ୍ରତ ହୋଇ !!

ଭୋକ ଉପାସରେ ବୁଲିଲେ ବନସ୍ତେ

କଣ୍ଟା ଝଣ୍ଟା ସହୁ ଥିଲେ

ସେଭଳି ବୀରଙ୍କୁ ଭୁଲିଗଲେ ଆମେ

ମନରୁ ପାଶୋରି ଦେଲେ !!

ଭୁଲିବନି କେବେ ମୋ ମାଆ ଭାରତୀ

ହରାଇଛି ଯେତେ ବୀର

କୋଳରେ ତାହାର ଜନମ ସେ ଦେଲା

ନୁଆଁଇ ନାହାନ୍ତି ଶିର !!

ହସି ହସି ଚଢ଼ି ଯାଇଥିଲେ ଫାଶି

ମା'ର ସମ୍ମାନ ପାଇଁ

ସହି ନାହାଁନ୍ତି ସେ ପରାଧୀନତାର

ଶିକୁଳି ତା'ହାତେ ଥାଇ !!

ତାତୁଥିଲା ରକ୍ତ ଧମନୀରେ ତାଙ୍କ

ଦେଖି ସ୍ଵାର୍ଥପର ନୀତି

ଅତ୍ୟାଚାରିତାର ଚାଲିଥିଲା ରାଜ

ମା' ଭଉଣୀଙ୍କୁ ଲୁଟି !!

ଥିଲେ ଯହିଁ ତହିଁ ସ୍ଵାର୍ଥପର ବ୍ୟକ୍ତି

ସ୍ଵାର୍ଥେ ନିମଜ୍ଜିଲେ କେତେ

ଆପଣା ସ୍ଵାର୍ଥରେ ଚାହିଁଲେ ନାହିଁ ସେ

ସ୍ଵାଧୀନ ଭାରତ କେବେ !!

ଇଂରେଜଙ୍କ ଗୁଣ ଗାଉଥିଲେ ସଦା

ତାଙ୍କର ଚାମଚା ହୋଇ

ଚାଟୁକାରୀ ତାରେ ଭରିଥିଲା ତାଙ୍କ

ଜୀବନର ସତ୍ୟ ଏହି !!

ପ୍ରତିପତ୍ତି ଆଉ କ୍ଷମତା ଲୋଭରେ

ଥିଲେ କେତେ ଚାଟୁକାର

ଲୁଚି ଲୁଟି ଦେଶ ଚେର କାଟୁଥିଲେ

ପ୍ରାଣକୁ ଥିଲା ତ ଡର !!

ନିଷ୍କ୍ରାଣ ଶରୀର ଅବିବେକି ପଣ

ବେଇମାନି ତାଙ୍କ ରକ୍ତେ

ବହୁ ଥିଲା ଦେଶ ବିକି ଖାଇବାକୁ

ଗଦ୍ଦାର ସତେ (ସେ)କେତେ !!

ସ୍ଵାର୍ଥ ହାସଲରେ ବିତୁଥିଲା ଦିନ

ଇଂରେଜଙ୍କ ସହ ମିଶି

ଆପଣା ମା'କୁ ବିକୁଥିଲେ ନିତି

ଲଜ୍ଜା ତିଳେ ବି ନ ରଖି !!

ବୀର ଯେତେ ମୋର ଭାରତ ଭୂମିର

ସିଂହର ତାଙ୍କ ସାହସ

ଜାତି ଧର୍ମ ଭୁଲି ସଂଗ୍ରାମରେ ମାତି

ଦେଲେ ସେ ଅନଳେ ଝାସ !!

ବଳିଦାନୀ ସେହି ଭାରତ ଭୂମିରେ

ଗୌରବରେ ଇତିହାସ

ରଚିଲେ ନିଜର ପ୍ରାଣବଳି ଦେଇ

ଧନ୍ୟ ଧନ୍ୟ ଏହି ଦେଶ !!

ରାଣୀ ଲକ୍ଷ୍ମୀବାଈ ଦେବୀ ଚୌଧୁରାଣୀ

ତାନ୍ତିଆ ଟୋପେ ଅନେକ

ଶତ ଶତ ବୀର ଶହୀଦ ଦେଶେ ମୋ

ତାଙ୍କୁ ମୋର ମଥା ନତ !!

ସିପାହୀ ବିଦ୍ରୋହ ପାଇକ ବିଦ୍ରୋହ

ଆଜାଦ ହିନ୍ଦ୍ ଫଉଜ

ହଜାଇ ଥିଲେ ସେ ଇଂରେଜ ମାନଙ୍କ

ଆଖି ନିଦ ଓ ମଉଜ !!

ସ୍ବାଧୀନ ଭାରତେ ମିଳେନାହିଁ ତାଙ୍କୁ

ତାଙ୍କର ଉଚିତ ପ୍ରାପ୍ୟ

ଯାହା ପାଇଁ ଦେଶ ସ୍ଵାଧୀନ ମୋହର

କରେ କୋଟି ପ୍ରଣିପାତ !!

ଭାରତୀ ପ୍ରଭା ପଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational