STORYMIRROR

Bharati Prava

Others

3  

Bharati Prava

Others

ଅନ୍ତଃସ୍ଵର

ଅନ୍ତଃସ୍ଵର

1 min
2.0K




ନାରୀକୁ ଭାବନା ଖେଳନା ଭାଇରେ

ଲଗାଇବ ତାକୁ ବାଜି

ନାରୀ ପରା ମା ଭଉଣୀ ରୂପରେ

ପାଖେ ପାଖେ ସଦା ଅଛି....


ନାରୀ ଅପମାନେ ଲଙ୍କା ହୁଏ ଧ୍ଵଂସ

ମାହାଭାରତ ବି ହୁଏ

ମହିଷାସୁରକୁ ବଧିବାକୁ ନାରୀ

ଦୂର୍ଗା ରୂପ ପୁଣି ନିଏ ।


ନାରୀ ନାମ ସଦା ସମ୍ମାନରେ ନିଅ

କର ନାହିଁ ଅପମାନ

ପତ୍ନୀବିନା ମଧ୍ୟ ସଂସାରରେ ନର

କିବା ନ ସାଧିଛି କୁହ ?


ଅଟଳ ବିହାରୀ ବାଜପାୟୀ ଦେଖ

ଦେଖ ତ ଭଗତ ସିଂହ

ସୁଭାଷ ବୋଷ ଅବା ବିବେକାନନ୍ଦ

ଇତିହାସ ପୃଷ୍ଠା ଚାହଁ ।


ଜଗତେ ବିଖ୍ୟାତ ପତ୍ନୀ ପାଇଁ କେବେ

ମହା ମନୀଷୀଏ ନୁହଁ

ତୁଳସୀ ଯିଏ ସେ ବାସେ ଦୁଇ ପତ୍ରୁ

(ଧରେ) ପର ଉପକାରେ ଦେହ ।


ପୁରୁଷାର୍ଥ ଯା'ର ଲକ୍ଷରେ ଅଟଳ

ଗୋପବନ୍ଧୁ ପରି ହୁଅ

ମହତ୍ବ ଭାବନା ଥିଲେ ଜୀବନରେ

ସ୍ଵାର୍ଥରେ ବାନ୍ଧନା ମୋହ ।


ଉଚ୍ଚ ହେବା ପାଇଁ ଲୋଡ଼ା ନାହିଁ ଧନ

ଅବା ସାଥେ ପତ୍ନୀ, ବନ୍ଧୁ

କେହି ଯିବେ ନାହିଁ ପାରି ହେବାପାଇଁ

ସାଥେ ଏ ସଂସାର ସିନ୍ଧୁ ।


ଭାରତୀ ପ୍ରଭା ପଣ୍ଡା.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍