STORYMIRROR

Bharati Prava

Others

3  

Bharati Prava

Others

କନ୍ୟା ରତ୍ନ

କନ୍ୟା ରତ୍ନ

1 min
656


💐କନ୍ୟା ଅମୂଲ୍ୟରତ୍ନ💐
**********************
କନ୍ୟା ରତ୍ନ ଅଟେ ଏପରି ରତ୍ନ ସେ
ମୂଲ୍ୟ ତ ତାହାର ନାହିଁ
କୁହ କିଏ ତାର ଦେଇପାର ମୂଲ୍ୟ
ଗୋଟିଏ ଜନ୍ମରେ ରହି ?

ଗଢ଼ି ଅଛି ବିହି ଜତନେ ତାହାକୁ
ନିରବେ ସହିବା ପାଇଁ
ଧର୍ଯ୍ୟ ଆଉ ଲଜ୍ଜା ଆଭୁଷଣ ତା'ର
ବସୁଧା ନାମ ସେ ପାଇ ।

ଜୀବନରେ ଦିଏ ନିସ୍ବାର୍ଥ ପ୍ରେମ ସେ
ରୂପ ତା' ବଦଳୁ ଥାଇ
କେବେ ଝିଅ ହୋଇ ହସାଏ ଖେଳାଏ
କେବେ ସେ ଲଢ଼ିବା ପାଇଁ ।

କେବେ ସ୍ନେହଭରେ, ଶୁଭ ସେ ମନାସେ
ମମତା ନିଗାଡ଼ି ଦେଇ,
ଭଉଣୀ ରୂପ ତା' ଅତି ମନଲୋଭା
ମାଆ ପରି ସ୍ନେହ ଦେଇ ।

ମାର ମମତା ଦେଇ ପାରେ କିଏ
ସବୁ ଦୁଃଖ ନେଇ ଯାଇ,
ଆପଦ ବିପଦେ ଜଗି ରହି ଥାଏ
ନିଜ ସୁଖ ତ୍ୟଗୀ ଦେଇ ।

ଦାୟିତ୍ୱରେ କେବେ କରେ ନାହିଁ ହେଳା
କର୍ମର ଦେବୀଟି ଏହି
ସଂସାର ବନ୍ଧନେ ନାହିଁ ତା'ର ମୁକ୍ତି
କର୍ମକୁ ଆଦରି ନେଇ ।

ହସି ହସି ଦୁଃଖ ପିଇ ଯାଇ ଥାଏ
ସ୍ଵାମୀ ଓ ସନ୍ତାନ ପାଇଁ
ତ୍ୟାଗରେ ତାହାର ତିଷ୍ଠିଛି ଦୁନିଆ
ତଥାପି ଅଲୋଡା କାହିଁ ?

ବୁଝେ ନାହିଁ କେବେ ଦୁନିଆ ତା' ମୂଲ
ଅନମୋଲ ଅଟେ ସେହି
କନ୍ୟା ବିନା କେବେ କଳ୍ପନା କରିଛ
ଜୀବନ ବଞ୍ଚିବା ପାଇଁ ?

ପୁରୁଷ ସମାଜେ ନାରୀ ନ ରହିଲେ
ପୁରୁଷର ସ୍ଥିତି କାହିଁ ?
ପୁଅ ସମ ଝିଅ ପାଇଲେ ଆଦର
ଭ୍ରୁଣ ହତ୍ୟା ହେବ ନାହିଁ ।

କନ୍ୟାକୁ ଆଦର କରି ଆମେ ସର୍ବେ
ନେବା ନାହିଁ ଯଉତୁକ
ଝିଅ ସମ ବୋହୁ ରଖିଲେ ଜତନେ
ଘର ହେବ ଆମ ସ୍ବର୍ଗ ।

କହେ ଏ ଭାରତୀ, ଭଉଣୀ ଭାଇଙ୍କୁ
ଦୋଷ ଥିଲେ କ୍ଷମା ଦେଇ👏
ଯୌତୁକ ରାକ୍ଷସ ହୃଦୟେ ପାଳନା
ଦେବତା ତୁମେ ତ ହୋଇ ।👏

ଭାରତୀ ପ୍ରଭା ପଣ୍ଡା....


Rate this content
Log in