STORYMIRROR

Bharati Prava

Others

3  

Bharati Prava

Others

ମାଆ ସରସ୍ୱତୀ

ମାଆ ସରସ୍ୱତୀ

1 min
713



ପ୍ରଣାମ ମା ସରସ୍ଵତୀ ପାଦପଦ୍ମେ ତୋର

ଆଶିର୍ବାଦ କର ସଦା, ବିନତୀ ମୋହର।

ମିଠା ମିଠା ବୋଲୁ ଥାଉ ତୁଣ୍ଡ ଏ ଅଲଣା

ରାଗ ଦ୍ଵେଷ ଯାଉ ବାଜୁ ଗୁଣଗାନ ବୀଣା।

ମୁଁ ଏକ ଅଧମ ପିଲା ପୂଜା ତୋ ଜାଣେନା

ଶରଣ ପଶୁଛି ମାତା ମନ ମୋ ଅମନା।

କର ବଶିଭୂତ ତାକୁ ବୋଲ ତୋ ମନାଅ

ମଥାପରେ ସଦା ତୁମ ହସ୍ତ ରଖିଥାଅ।

ତୁମ ଦୟାବିନା ମାଗୋ ମୁକ ମୁଁ ବାଚାଳ

କେବେ ହୁଏ ଆନମନା ଚିତ୍ତ ମୋ ଚଞ୍ଚଳ।

କର ବଶିଭୂତ ମାଗୋ ରଚଣରେ ତୁମେ

ଚିତ୍ତ ମୋର ରହୁ ସଦା ତୁମ ପାଦ ପଦ୍ମେ।

ଅନ୍ୟାୟ ଅନୀତି ଆଗେ ତୁଣ୍ଡମୋର ଖୋଲୁ

ପରହିତେ ପରଦୁଃଖେ ସତ୍ୟ ସଦା ବୋଲୁ।

ମନରେ ଆଘାତ କବେ ନ ଦିଏ ମୁଁ ଜାଣି

ସୁଦୟା ମା ଥାଉ ସଦା ଆହେ ବୀଣାପାଣି।

ତୋର ଦୟା ହେଲେ ମାଗୋ ମୁର୍ଖରୁ ପଣ୍ଡିତ

କାଳିଦାସ ହେଲେ ପରା ଜଗତେ ବିଖ୍ୟାତ।

ଭକ୍ତ ହୃଦେ ତୁହି ମାଗୋ ଭାବନା ଜଗାଉ

ଭାବର ଆଦାନ ପରା ତୁହି କରି ଥାଉ।

ତୋର ଶ୍ରୀ ପୟରେ ମାତା ସେବାକରେ ନିତି

କରୁଣାର ଦୃଷ୍ଟି ରଖ ମୁଁ ଯେ ମୂଢ଼ମତି।

ଜାଣେ ନାହିଁ ଭକ୍ତି ମାତା ସନ୍ତାନ ଅଟଇ

ଅଜ୍ଞାନରେ ଭ୍ରମୁଅଛି ନିଅ ହେ କୋଳେଇ ।


ଭାରତୀ ପ୍ରଭା ପଣ୍ଡା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍