STORYMIRROR

Bharati Prava

Others

3  

Bharati Prava

Others

କାହା ବିନା କେହି କମ୍ ନୁହନ୍ତି

କାହା ବିନା କେହି କମ୍ ନୁହନ୍ତି

1 min
2.5K


ନାରୀ ଆଉ ଅର୍ଥ ଯାହା ପାଖେ ଥିବ,

ଏଇଠି ପାରିବ ବଞ୍ଚି......

ଗୋଟିଏ କବିତାର ଏହି ଦୁଇ ପଦ ଲେଖା ମନରେ ଆଘାତ କରି ଥିବାରୁ......

ଦୁଇପଦ....ବିଚାର ଆପଣ ମାନଙ୍କର

********************************


କାହା ବିନା କେହି କମ୍ ନୁହନ୍ତି

**************************


ନାରୀକୁ ଭାବନା ଖେଳନା ଭାଇରେ

ଲଗାଇବ ତାକୁ ବାଜି

ନାରୀ ପରା ମା ଭଉଣୀ ରୂପରେ

ପାଖେ ପାଖେ ସଦା ଅଛି....


ନାରୀ ଅପମାନେ ଲଙ୍କା ହୁଏ ଧ୍ଵଂସ

ମାହାଭାରତ ବି ହୁଏ

ମହିଷାସୁରକୁ ବଧିବାକୁ ନାରୀ

ଦୂର୍ଗା ରୂପ ପୁଣି ନିଏ ।


ନାରୀ ନାମ ସଦା ସମ୍ମାନରେ ନିଅ

କର ନାହିଁ ଅପମାନ

ପତ୍ନୀବିନା ମଧ୍ୟ ସଂସାରରେ ନର

କିବା ନ ସାଧିଛି କୁହ ?


ଅଟଳ ବିହାରୀ ବାଜପାୟୀ ଦେଖ

ଦେଖ ତ ଭଗତ ସିଂହ

ସୁଭାଷ ବୋଷ ଅବା ବିବେକାନନ୍ଦ

ଇତିହାସ ପୃଷ୍ଠା ଚାହଁ ।


ଜଗତେ ବିଖ୍ୟାତ ପତ୍ନୀ ପାଇଁ କେବେ

ମହା ମନୀଷୀଏ ନୁହଁ

ତୁଳସୀ ଯିଏ ସେ ବାସେ ଦୁଇ ପତ୍ରୁ

ବହେ (ପର) ଉପକାରେ ଦେହ ।


ପୁରୁଷାର୍ଥ ଯା'ର ଲକ୍ଷରେ ଅଟଳ

ଗୋପବନ୍ଧୁ ପରି ହୁଅ

ମହତ୍ବଭାବନା ଥିଲେ ଜୀବନରେ

ସ୍ଵାର୍ଥରେ ବାନ୍ଧେନା ମୋହ ।


ଉଚ୍ଚ ହେବା ପାଇଁ ଲୋଡ଼ା ନାହିଁ ଧନ

ଅବା ସାଥେ ପତ୍ନୀ, ବନ୍ଧୁ

କେହି ଯିବେ ନାହିଁ ପାରି ହେବାପାଇଁ

ସାଥେ ଏ ସଂସାର ସିନ୍ଧୁ ।


ଭାରତୀ ପ୍ରଭା ପଣ୍ଡା.....


Rate this content
Log in