STORYMIRROR

Bharati Prava

Others

3  

Bharati Prava

Others

ମୋ କାହ୍ନୁ

ମୋ କାହ୍ନୁ

1 min
219



ଚାହିଁଛି ମୋ ଧନ ଆସିବଣି ମାଆ

ଦେଖାତ ଯାଉନି କାହିଁ

ଖୋଜୁଥିବେ ମୋତେ ଘରେ ସେ ନପାଇ

ଏଣେ ତେଣେ ଚାହିଁ ଚାହିଁ !!


ଯାଇଥିଲା ଆଣିବାକୁ ସେ ଯମୁନା

ମାଠିଆରେ ଭରି ପାଣି

ବେଗି ବେଗି କରି ଆସୁଥିବେ ମୋର

ଭାବୁଅଛି ଧନମଣି !!


ଗୋପିମାନେ ଏବେ ଧାଇଁ ଆସୁଥିବେ

ଗୁହାରୀ ମୋ ନାମେ ନେଇ

ସର ଲବଣୀ ମୁଁ ଚୋରାଇ ଖାଇଛି

ମାଆଙ୍କୁ କହିବା ପାଇଁ !!


ତାଙ୍କ କଥା ଶୁଣି ବାନ୍ଧିଦେବେ ମାଆ

ଗଛରେ ନେଇକି ମୋତେ

ମନେ ମନେ ଗାଳି ଦେଉଥିବେ ତାଙ୍କୁ

ପଛରେ ପଡ଼ନ୍ତି କେତେ !!


ମୁଁ ତ ଛୋଟ ପିଲା କିପରି କରିବି

ଗୋପିମାନଙ୍କର ଚୋରୀ

ସାଙ୍ଗ ମାନେ ମୋର ଭାରି ଦୁଷ୍ଟ ପିଲା

ମୁଖେ ମୋ ଦିଅନ୍ତି ବୋଳି !!


ଗେଲ ବସରିଆ ନୟନ ପିତୁଳା

ପଡ଼ି ତ ଗଲାଣି କଳା

ଧେନୁ ନେଇ ଯାଏ ବନସ୍ତେ ଚରାଇ

ମୋ ହୃଦ ଚନ୍ଦନ ବୋଳା !!


ଡାଆଣୀ ଡାଙ୍କୁଣୀ ଆଖି ତ ପକାନ୍ତି

ମାନେ ନାହିଁ ମୋର ମନା

କଣ୍ଟାଝଣ୍ଟା ଭୁଲି ବନ ବନ ବୁଲେ

ହୃଦ ସଙ୍ଖାଳି ମୋ ସୁନା !!


ଯମୁନା କୂଳରେ ବଂଶୀ ସେ ବଜାଏ

କାନ ଡେରି ନିତି ଶୁଣେ

ବଇଁଶୀର ସୂର ନ ଶୁଭିଲେ ମୋତେ

ମନେ ମନେ କେତେ ଗୁଣେ !!


ରଖିଛି ସାଇତି ସର ଲବଣୀ ମୁଁ

ଖଣ୍ଡ କ୍ଷୀର ରୁଚେ ନାହିଁ

ବେଳ ବୁଡ଼ି ସଞ୍ଜ ହୋଇ ଆସିଲାଣି

ଧନ ମୋର ଗଲା କାହିଁ !!


ଭାରତୀ ପ୍ରଭା ପଣ୍ଡା......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍