STORYMIRROR

Bharati Prava

Others

3  

Bharati Prava

Others

ଆସ ଖୋଜିବା ଦେଶପ୍ରେମ

ଆସ ଖୋଜିବା ଦେଶପ୍ରେମ

1 min
2.4K




ଦେଶ ପ୍ରୀତି ଏବେ ଯାଇଛି ଗାଧୋଇ,

ତୁଠରୁ ସେ ଫେରେ ନାହିଁ !

ସ୍ଵାର୍ଥର ପଙ୍କରେ ଗୋଡ଼ ତା ଖସିଛି

ଦିଶୁନାହିଁ ପରା କାହିଁ ?


ପରସ୍ପର ଏଠି କାଦୁଅର ଛିଟା,

ଭଗାରି ହେଉଛି ଭାଇ,

ଦେଶ ମାତୃକାର ସେବା କେ କରିବ ?

ହୃଦୟରେ ପ୍ରେମ କାହିଁ ??


ଆତ୍ମ ବଡ଼ିମାରେ ସବୁ ଚୁରୁମାର

ଛୋଟ ଏଠି କେହି ନାହିଁ

ବୃଦ୍ଧ ପିତା ମାତା ଅଲୋଡ଼ା ଅଖୋଜା

ଥୁଣ୍ଟା ବରଗଛ ଛାଇ !!


ହିନ୍ଦୁ ଏବେ ଆଉ ଗୁହାଳ ପୋଛେନା

କଂସେଇକୁ ବିକି ଦେଇ !

ହିନ୍ଦୁ ଦେବାଦେବୀ ହେଲେଣି ପୁରୁଣା

ଅପସଂସ୍କୃତିକୁ ଧ୍ୟାୟୀ !!


ସାଧୁନାମେ ଭଣ୍ଡ ପୂଜା ପାଉଅଛି

ଈଶ୍ୱର ତ ଏବେ ସେହି

ଉଡ଼େ ଫର ଫର ମନ୍ଦିରେ ତା' ବାନା

ସାଧୁନାମ ଆଜି ଏହି !!


ପରମ୍ପରା ଆଉ ସଂସ୍କୃତିର ଗାଥା

ପିଲାଏ ଜାଣନ୍ତି ନାହିଁ

ଅନ୍ଧବିଶ୍ୱାସର ନାମ ଦେଇ ତାକୁ

ବିଦେଶୀଙ୍କୁ କହୁ ସହି !!


ସ୍ଵାର୍ଥରେ ମାତି ଯେ ଛଳନା କରନ୍ତି

ଦେଶର ଆପଣା ହୋଇ

ପୂଜୁ ଆମେ ତାଙ୍କୁ ବିବେକ ହରାଇ

ପାଦତଳେ ପଡ଼ିଯାଇ !!


ଆସିଛି ସମୟ ଆଜି ଆମ ପାଶେ

ଜାଗ୍ରତ ହୋଇବା ଭାଇ

ଜଗାଇବା ତାଙ୍କୁ ଆଲୋକ ହୋଇଣ

ଅନ୍ଧକାର ଠେଲି ଦେଇ !!


ଅନ୍ଧକାରେ ହଜି ଯିବାକୁ ଦେବାନି

ଦେଶହିତ ପ୍ରାଣ ବହି

ଫୁଟାଇବା ଫୁଲ ଭାରତ ପ୍ରେମର

ସ୍ଵାର୍ଥକୁ ତ ବଳି ଦେଇ !!


ଭାରତୀ ପ୍ରଭା ପଣ୍ଡା....



साहित्याला गुण द्या
लॉग इन