କୋଟି ପୁଣ୍ୟ ଫଳ ପାଇ
କୋଟି ପୁଣ୍ୟ ଫଳ ପାଇ
ସମଗ୍ର ଶରୀରେ ବିଭୁତି ଲେପନ
ପରିଧାନ ବ୍ୟାଘ୍ର ଛାଲ,
ଗୋଟିଏ ହସ୍ତରେ ଶୋଭିତ ଡମ୍ବରୁ
ଅନ୍ୟ ହାତରେ ତ୍ରିଶୂଳ ।
ଶ୍ମଶାନେ ମନ୍ଦିରେ ଅବା କୈଳାସ ରେ
ସଦାବେଳେ ଧ୍ୟାନ ଭଗ୍ନ ,
ଶୟନେ ସପନେ ଅବା ଜାଗରଣେ
ଭକ୍ତଙ୍କ କଲ୍ଯାଣେ ଧ୍ୟାନ ।
ଲଲାଟରେ ସ୍ଥିତ ତୃତୀୟ ନୟନ
ନାମ ତବ ତ୍ରିଲୋଚନ,
ତାଣ୍ଡବ ନୃତ୍ୟରେ ରୂପ ନଟରାଜ
ରୁଦ୍ରାକ୍ଷ ତବ ଭୁଷଣ ।
ମସ୍ତକେ ଶୋଭିତ ଚନ୍ଦ୍ରମା ଜାହ୍ନବୀ
ଗ୍ରୀବାରେ ଧାରଣ ଅହି
ମାନସ ପଟରେ ଆସିଲେ ସେ ଦୃଶ୍ଯ
ଚକ୍ଷୁ ଲାଗି ଥିବ ରହି ।
ସର୍ବ ପାପ ନାଶ ଯାଇ ।
କୋଟି ପୁଣ୍ୟ ଫଳ ପାଇ।
