STORYMIRROR

pranati Mahapatra

Abstract

2  

pranati Mahapatra

Abstract

କୋଟି ପ୍ରଣାମ

କୋଟି ପ୍ରଣାମ

1 min
319

ଜୀବନର ପ୍ରତି ରକ୍ତ କଣିକାରେ

ଅଛି ତ ଯାହାର ଦାନ,

ତା ଅମୃତ ପାନେ ଏଡେଠୁ ଏଡେଟେ

ହୋଇଛି ଆଜି ମୁଁ ଜାଣ,

ସେ ମୋ ମାଆ ମୁଁ ତାହାର ତ

ଅଟେ ସୁଯୋଗ୍ୟ ସନ୍ତାନ

ଯାହା ନାହିଁ ଏଇ ମରତ ଧାମରେ

ଅଛି ଏହି ଭାରତରେ,

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ଆମ ଭାରତ ଭୂଇଁରେ,

କଳକଳକଳ ସ୍ଵଛ ନିର୍ମଳ

ଝରଣା ଝରି ଯାଏରେ

ହିମାଳୟ ଅଛି ମୁକୁଟରେ ତାର

ଗଙ୍ଗା ର ତିନି ଧାର,

ସଭିଙ୍କୁ ଏକାଠି ବାନ୍ଧି ରଖିଛି

ସ୍ନେହ ଶ୍ରଦ୍ଧା ବନ୍ଧନର

ଅମୂଲ୍ୟ ସମ୍ପଦ କରିଛି ଦାନ ସେ

ତା ଜୀବନ ତମାମ

ମୋ ମାଆ ଭାରତୀକୁ

କରେ କୋଟି ପ୍ରଣାମ

ସେହି ଭାରତୀକୁ କୋଟି ପ୍ରଣାମ

କୋଟି ପ୍ରଣାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract