STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

କୋରୋନା ଓ ଜୀବ

କୋରୋନା ଓ ଜୀବ

1 min
232

  କୋରୋନା କାଳରେ ମଣିଷ ମରୁଛି

   ମୁୁଣ୍ଡ ପିଟି ଶିଶୁ ରଡ଼ି ତ କରୁଛି

  ଘରେ ଘରେ ଏବେ ଚଡ଼କ ପଡ଼ିଛି

  ଶବ ମାନଙ୍କ ର ଯାତ୍ରା ଚାଲିଛି

  ନବ ବିବାହିତା ସିନ୍ଦୂର ପୋଛୁଛି

  ସ୍ବାମୀର ଶବକୁ କାନ୍ଧରେ ବହୁଛି

  ଲୁହକୁ ନିିିଗାଡି ରକତ କାନ୍ଦୁଛି

   ଶିଶୁ ର ମୁହଁ କୁ କାନିରେ ପୋଛୁଛି

   ପିତା ମାତା ଙ୍କୁ ହରାଇ ଶିଶୁ ଅନାଥ

   ସରକାର କହେ ନେବୁ ଦାୟିତ୍ବ

   ନିଜର କରୁଛି ନିଜ ଠୁ ଦୂର

   ଏହି ଦୃଶ୍ୟ ବଡ଼ ସ୍ପର୍ଶ କାତର

    କୋରୋନା ପାଖରେ ସବୁ ଅସାର

     ଧନ ମାନ ଯଶ ସବୁ  ବେକାର

    କୋରୋନା ଆମକୁ ଶିଖାଏ ବୁଦ୍ଧି

    କାହାର ନ ପାଞ୍ଚିବ ମନ୍ଦ ବୁଦ୍ଧି

     ସେନେହ ଭାବ ଠୁ ବଡ଼ ନାହିଁ କିଛି

     ସବୁ ଠୁ ଅସାର ଏହି ଧନ ସମ୍ପତ୍ତି

      କୋରୋନା ଶବକୁ ନ ଛୁଇଁବେ କେହି

       ତା ଠାରୁ ଦୁଃଖତ ଆଉ କିଛି ନାହିଁ

       ଧର୍ଯ୍ୟ ଧରରେ ଭ‌ଉଣୀ ଭାଇ

       ସମୟ ସ୍ରୋତରେ ଯିବ ତ ବହି  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy