କୋଣାର୍କ
କୋଣାର୍କ
ଭଗ୍ନ ରୂପରେ ନଗ୍ନ ଦେହ ତୁମ
ରୁଗୁଣ ଶରୀର ଧରି
ଆଜି ବସିଅଛ ତୁମେ ହେ କୋଣାର୍କ
ତୁମ ଅପେକ୍ଷାର ଅନ୍ତ ନାହିଁ
ଫୁଙ୍ଗୁଳା ଦେହରେ ତୁମେ
ହୋଇଗଲ ହୁଗୁଳା ପାଷାଣ
ଆଜି ତୁମେ ଅଛ ଦୁର୍ବଳ ଜରାଜୀର୍ଣ୍ଣ
ଭଗ୍ନ ହୋଇଛି ତୁମ ଚୂଳ
ବାରଶହ ବଢେଇଙ୍କ ନିହାଣ ମୁନ
ଉତ୍କଳର କଳା କୀର୍ତ୍ତି
ଖଣ୍ତ ବିଖଣ୍ତିତ ହୋଇ ଆଜି ତୁମେ
ହରାଉଛ ବିଶ୍ୱ କୀର୍ତ୍ତି
ବିଶ୍ୱ ଦରବାରେ ନାହିଁ ତୁମ ତେଜ
ନାହିଁ ଆଜି ତୁମ ଶୌର୍ଯ୍ୟ
ଆଜି ହୋଇଗଲା ଛାରଖାର
ପାଷାଣ ଶିଳାରେ ବିକ୍ଷିପ୍ତ ଭାସ୍କର୍ଯ୍ୟ
ବିଶ୍ୱ ଦରବାରେ ତୁମ ସ୍ୱର
ନିଷ୍ଠୁର ଜ୍ୱାଳାରେ ଭଗ୍ନ ତୁମ ଶୀରି
ଉଲଗ୍ନ ଶରୀରର ତୁମେ ହତଶିରି
ବିଶ୍ୱ ଦରବାରେ ସୌନ୍ଦର୍ୟ୍ମ ତୁମର
ନିଃଷ୍ପ୍ରଭ ଆଜି ହୋଇଛି
ଅଭୟ ଅମର କଳା କୀର୍ତ୍ତି ଆଜି
ଗହନ ନିଦ୍ରାରେ ଶୋଇଛି
ଉକ୍ତଳର ରାଜା ନରସିଂହ ଦେବ
ମୁକୁଟ ବିହୀନ ସମ୍ରାଟ
ଶତ ଶତାଦ୍ଧିର ସୃ ତିର କୋଣାର୍କ
ହଜିବକି ତୁମ କଳାକୃତ
ନାହିଁସେ ଧରମା ନାହିଁ ବିଶୁ ମହାରଣା
ମାରିବାକୁ ତୁମ ଚୂଳ
ଉକ୍ତଳର ସେହି କଳାକୃତି ଆଜି
ବିଶ୍ୱ ଦରବାରେ ହୋଇବକି ଛାରକାର
ଅଛି ସେହି ଜାତି ଅଛି ସେ ମଣିଷ
ଅଛି ସେ ଉକ୍ତଳରକଳା କିର୍ତ୍ତି
ଭଗ୍ନ ମନ୍ଦିରରେ ନଗ୍ନ ଦେହ ତୁମେ
ବସି ରହିଛ ହେ କୋଣାର୍କ
ତୁମେ ଉକ୍ତଳର କିର୍ତ୍ତି ସାଜି
