STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

କୋଣାର୍କ

କୋଣାର୍କ

1 min
322

ଭଗ୍ନ ରୂପରେ ନଗ୍ନ ଦେହ ତୁମ

ରୁଗୁଣ ଶରୀର ଧରି

ଆଜି ବସିଅଛ ତୁମେ ହେ କୋଣାର୍କ

ତୁମ ଅପେକ୍ଷାର ଅନ୍ତ ନାହିଁ 

ଫୁଙ୍ଗୁଳା ଦେହରେ ତୁମେ

ହୋଇଗଲ ହୁଗୁଳା ପାଷାଣ

ଆଜି ତୁମେ ଅଛ ଦୁର୍ବଳ ଜରାଜୀର୍ଣ୍ଣ

ଭଗ୍ନ ହୋଇଛି ତୁମ ଚୂଳ 

ବାରଶହ ବଢେଇଙ୍କ ନିହାଣ ମୁନ

ଉତ୍କଳର କଳା କୀର୍ତ୍ତି

ଖଣ୍ତ ବିଖଣ୍ତିତ ହୋଇ ଆଜି ତୁମେ

ହରାଉଛ ବିଶ୍ୱ କୀର୍ତ୍ତି 

ବିଶ୍ୱ ଦରବାରେ ନାହିଁ ତୁମ ତେଜ

ନାହିଁ ଆଜି ତୁମ ଶୌର୍ଯ୍ୟ

ଆଜି ହୋଇଗଲା ଛାରଖାର

ପାଷାଣ  ଶିଳାରେ ବିକ୍ଷିପ୍ତ ଭାସ୍କର୍ଯ୍ୟ

ବିଶ୍ୱ ଦରବାରେ ତୁମ ସ୍ୱର 

ନିଷ୍ଠୁର ଜ୍ୱାଳାରେ ଭଗ୍ନ ତୁମ ଶୀରି

ଉଲଗ୍ନ ଶରୀରର ତୁମେ ହତଶିରି 

ବିଶ୍ୱ ଦରବାରେ ସୌନ୍ଦର୍ୟ୍ମ ତୁମର

ନିଃଷ୍ପ୍ରଭ ଆଜି ହୋଇଛି

ଅଭୟ ଅମର କଳା କୀର୍ତ୍ତି ଆଜି

ଗହନ ନିଦ୍ରାରେ ଶୋଇଛି 

ଉକ୍ତଳର ରାଜା ନରସିଂହ ଦେବ

ମୁକୁଟ ବିହୀନ ସମ୍ରାଟ

ଶତ ଶତାଦ୍ଧିର ସୃ ତିର କୋଣାର୍କ

ହଜିବକି ତୁମ କଳାକୃତ 

ନାହିଁସେ ଧରମା ନାହିଁ ବିଶୁ ମହାରଣା

ମାରିବାକୁ ତୁମ ଚୂଳ

ଉକ୍ତଳର ସେହି କଳାକୃତି ଆଜି

ବିଶ୍ୱ ଦରବାରେ ହୋଇବକି ଛାରକାର

ଅଛି ସେହି ଜାତି ଅଛି ସେ ମଣିଷ

ଅଛି ସେ ଉକ୍ତଳରକଳା କିର୍ତ୍ତି

ଭଗ୍ନ ମନ୍ଦିରରେ ନଗ୍ନ ଦେହ ତୁମେ

ବସି ରହିଛ ହେ କୋଣାର୍କ

ତୁମେ ଉକ୍ତଳର କିର୍ତ୍ତି ସାଜି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy