କୋହର ଯାତ୍ରା
କୋହର ଯାତ୍ରା
କିଛି କୋହ ଲୁହ ଧାରେ
ଲୁଚିବା ପାଇଁ ଚେଷ୍ଟା କରୁଛନ୍ତି
ସାବଧାନତା ସହ ।
ଆଖିରୁ ଝରି ସେମାନେ
ଓଠରେ ମିଳେଇ ଯାଉଛନ୍ତି
ସହଜ ଭାବରେ ।
ବିଶ୍ୱାସ ଅବିଶ୍ୱାସର ସବୁଠି
ଫନ୍ଦିଫିକର ମଧ୍ୟରେ ମର୍ମାହତ
କେଇ ଫୁଞ୍ଜା ଶବ୍ଦ ।
କୂଳ କିନାରା ପାଉନଥିବା
ମଣିଷ ଅଣନିଶ୍ଵାସୀ ହେଲେଣି
ଜନ ସମୁଦ୍ରରେ ।
ତୁହାକୁ ତୁହା ଘୋଷଣା ଚାଲିଛି
ନିଜକୁ ସୁରକ୍ଷିତ ରଖିବାପାଇଁ
ଘୂର୍ଣ୍ଣିଝଡ ପ୍ରକୋପରୁ ।
ଅବିଶ୍ରାନ୍ତ ବର୍ଷା ମଧ୍ୟରେ
ହଜିବାକୁ ଚେଷ୍ଟା କରୁଛି ସେ
କେଉଁ ଏକ ହୃଦୟରେ ।