STORYMIRROR

Bijaya Panda

Tragedy

3  

Bijaya Panda

Tragedy

କନ୍ୟା ସନ୍ତାନ ମୁଁ ପ୍ରତାରିତ

କନ୍ୟା ସନ୍ତାନ ମୁଁ ପ୍ରତାରିତ

2 mins
395

କାହିଁକି ଏ ପ୍ରତାରଣା

ତୁମେ ବି ତ ଜନ୍ମ ନେଇଥିଲ ଏକ ମା ଗର୍ଭରୁ

ତୁମେ ବି ତ ଖୋଜିଥିଲ ଏକ ଭଗିନୀ ଟିଏ

ରାକ୍ଷୀ ଟିଏ ବାନ୍ଧିଥିଲା ତୁମ ସ୍ନେହର ଭଉଣୀ

ସ୍ନେହ ସମ୍ପର୍କରେ ବାନ୍ଧି ହେଇ

ତୁମେ ବି ତ ହସି ଖେଳି ବୁଲିଥିଲ

ଖିଲି ଖିଲି ହସିଥିଲା ତୁମ ଘର ଅଗଣା


ମୋ ମା' କୁ କାଳେ କହିଥିଲ ଝିଅ ହେଲେ

ତମ ଘରକୁ ଲକ୍ଷ୍ମୀ ଆସିବ

ତୁମେ ତାକୁ କୋଳେଇ କାଖେଇ

କାନ୍ଧରେ ବସେଇ ଭୁଲିବ

ବହୁତ ଗେହ୍ଲା କରିବ

ମା ବି ଦେଖିଥିଲା ଶହେ ସପନ

ଦୁଇ ପାଖ ଚୋଟୀ କରି

ଛୋଟିଆ ବିନ୍ଦି ଟିଏ ଲଗେଇ ଦେବ

ରାଜକୁମାରୀ ପରି ସଜେଇ ଦେବ

ଦୋଳିରେ ବସେଇ ଝୁଲେଇ ଦେବ

ଏମିତି କେତେ ମିଠା ମିଠା ସପନ

ପାହାଡ଼ ଭଳି ମନରେ ବସା ବାନ୍ଧିଥିଲା


ସେ ସବୁ ମାନଗଢ଼ା କାହାଣୀ ଥିଲା !

ସୋନୁଗ୍ରାଫି ପାଇଁ ଡାକ୍ତର ମନାକଲେ

ନହେଲେ ତ ମୁଁ ଭୃଣ ଥିଲା ବେଳେ

ମୋତେ ମାରିଦେଇଥାନ୍ତ !


ଜନ୍ମ ନେଲାପରେ

ମୁଁ କନ୍ୟା ଟିଏ ବୋଲି ଯେବେ ଜାଣିଲ

ରାତି ଅନ୍ଧକାରେ ଛାଡ଼ିଆସିଲ ମୋତେ

କେଜାଣି କେଉଁଠି ଥିଲେ ତୁମ ମଣିଷ ପଣିଆ


ନବଜାତ ଶିଶୁଟିଏ ମୁଁ ସଂଘର୍ଷ କରୁଥିଲି ମୃତ୍ୟୁ ସହ

ଜନ୍ମ ଦେଇଥିବା ମା' ଛାତି ଫଟେଇ କାନ୍ଦୁଥିଲା

ତୁମେ ବୀର ଦର୍ପରେ ଫେରି ଆସିଥିଲ

ଜେଜେମା ବି ସମ୍ମତ ଥିଲା

ନାତିଟିଏ ପାଇଁ ସେ କାଳେ ମନାସୀ ଥିଲା

ଗାଁ ଲୋକଙ୍କୁ କହିଦେଲ ମୁଁ ମୃତ ଭାବେ ଜନ୍ମ ନେଲି

ଶୁଦ୍ଧି ହେଇ ମନରୁ ପାଶୋରି ଗଲ


କାହିଁକି ଥିଲା ସେ ପ୍ରତାରଣା !!

କନ୍ୟା ଲୋଡ଼ା ନାହିଁ ବୋଲି ଜାହିର କହିଥିଲେ

ମା ଗର୍ଭ ଧାରଣକୁ କାଳେ ବାରଣ କରିଥାନ୍ତା

ଏଥିପାଇଁ ତ !


ମା କାଳେ ଦ୍ଵିତୀୟ ଥର ଗର୍ଭଧାରଣ ପାଇଁ

ରୋକ୍ ଠୋକ୍ ମନା କଲା

ବହୁତ ମାଡ଼ ଗାଳି ନିର୍ଯ୍ୟାତନା ପରେ

ସେ ଘର ଛାଡ଼ି ଦେଇଥିଲା


ତୁମ ଛାଡ଼ି ଆସିଥିବା ଜଙ୍ଗଲ ପାଖକୁ

ମା' ନୀତିଦିନ ମୋତେ ଖୋଜି ଖୋଜି ଆସେ

ଜଙ୍ଗଲ ପାଖ ଆଦିବାସୀବସ୍ତିର

ଦାସିଆ ଅଜା ଆଉ ଫୁଲନ ଆଇ ମୋତେ ପାଇଥିଲେ

ମା ବି ଖୋଜି ଖୋଜି ମୋତେ ପାଇଯାଇଥିଲା

ମା ତାର ପୁରୁଣା ଜୀବନ, ମଥାର ସିନ୍ଦୁର ଭୁଲି ଯାଇଛି

ଜଙ୍ଗଲ ସେ ପାଖ ଭାଟିରେ ଦି ପାଇଟି କାମ କରି

ମୋ ପାଇଁ ଟିକିଲି କ୍ଲିପ ପାଉଡର ସବୁ ଆଣିଦେଉଛି

ଦାସିଆ ଅଜା ଆଉ ଫୁଲନ ଆଇ ସହ ମିଶି

ମୋ ପାଇଁ କେତେ ସପନ ଦେଖୁଛି

ମୁ କାଳେ ପାଠ ପଢ଼ି ବଡ଼ ମଣିଷ ହେବି

ଶିକ୍ଷକ ହେଇ ବସ୍ତି ର ପିଲା ମାନଙ୍କୁ

ପାଠ ପଢ଼େଇବି ବୋଲି କହୁଛି ।



Rate this content
Log in

Similar oriya poem from Tragedy