STORYMIRROR

Sarmistha Palai

Classics

4  

Sarmistha Palai

Classics

କଣ୍ଟା ଫୁଲ

କଣ୍ଟା ଫୁଲ

1 min
369

ଫୁଲ ବୋଲି ଭାବି କଣ୍ଟାକୁ ଧରିଲି

  ରକତ ଗଲା ତ' ବୋହି

ବିକଳେ ଏତେ ମୁଁ' ଛଟ ପଟ ହେଲି

  ଆହା ପଦେ କଲା ନାହିଁ।


ବାସୁଥିଲା ଏତେ ମନ ଟାଣି ନେଲା

  ଆୟତ୍ତେ ରହିଲି ନାହିଁ

ଭାବି ନ' ଥିଲି ମୁଁ' ଲୁଚେଇ ରଖିଛି

  ଉପହାର ଦେବା ପାଇଁ।


ବାସେ ନାହିଁ ସବୁ କଣ୍ଟା ଥିବା ଫୁଲ

  ଏ' କଥା ଚିନ୍ତିଲି ନାହିଁ

ତା' ରୂପ ରଙ୍ଗରେ ପାଗେଳି ହୋଇଲି

  ତାକୁ ଦୋଷ ଦେବି କାଇଁ।


ଭୁଲ୍ ଥିଲା ମୋର ହାତ ବଢାଇଲି

  ଟିକେ ଛୁଇଁ ଦେବା ପାଇଁ

ହେଲେ ସେ' ଚତୁର ପାଖୁଡା ଆଡେଇ

  କଣ୍ଟାକୁ ଦେଲା ଦେଖାଇ।


ତଥାପି ଦୁଃଖ ମୁଁ ତିଳେ କଲି ନାହିଁ

  ଫୁଲକୁ ପାଇଲି ନାହିଁ

ତାହାରି ଅଂଶ ତ' କଣ୍ଟାକୁ ପାଇଲି

   ସେତିକିରେ ଖୁସି ମୁହିଁ।


ଭାବିଥିଲି ଟିକେ ପାଖୁଡା ଉପରେ

  ଲେଖିଥାନ୍ତି ମୋର ନାମ

କଣ୍ଟାକୁ ଦେଖାଇ ଜଣାଇ ଦେଲା ସେ'

  ମୁଁ' ଖାଲି ମନୋରଞ୍ଜନ।


ବୁଝି ଗଲି ତାର ପ୍ରେମର କାହାଣୀ

  ଯାହା ସେ' ଲୁଚାଇ ଥିଲା

ସେଥିପାଇଁ ବୋଧେ ବାର ବାର ମୋତେ

  ଆଘାତ ତ' ଦେଉଥିଲା।


ସେଇ ଘାତ ଚିହ୍ନ ହାତରେ ରହିବ

  ଜୀବ ଥିବା ଯାଏଁ ମୋର

ନହେଲେ ନାହିଁ ମୁଁ' ଫୁଲରେ ତୋହର

  ହେଲେ ମୋ' ପ୍ରେମ ଅମର ।


Rate this content
Log in

Similar oriya poem from Classics