STORYMIRROR

Jayashree Maharana

Abstract

2  

Jayashree Maharana

Abstract

କଣ୍ଢେଇ ଖେଳ

କଣ୍ଢେଇ ଖେଳ

1 min
124

ପୋଛି ଦିଏ ସବୁ ସ୍ମୃତି ଚିହ୍ନ ଯାହା

ଆଙ୍କିଦେଇଥିଲୁ ହୃଦୟେ ମୋର

ଅତୀତର ପୃଷ୍ଠା ବଦଳେଇ ଦେଇ

କରିଦିଏ ମୋତେ ତୋ'ଠାରୁ ପର


ନାହିଁ ତୋର ମନେ ଆମ ସମ୍ପର୍କର

ଆବିଳତା ଯଦି କିଞ୍ଚିତ ମାତ୍ର

ଏମିତି ସମ୍ପର୍କ ଡୋରକୁ ଛିଣ୍ଡାଇ

କରିଦିଏ ମୋତେ ସେଥିରୁ ମୁକ୍ତ


ଅନ୍ୟାୟାସେ ଯେଉଁ ପ୍ରୀତି ଭରିଥିଲୁ

କ୍ଷତ ସାଜି ମୋତେ ଦେଉଛି ପୀଡା

ହୃଦୟରେ କୋହ ଜମାଟ ବାନ୍ଧିଛି

ବାରବାର କହେ ଉତ୍ତର ଲୋଡ଼ା


ସ୍ୱାର୍ଥ ସେନେହରେ ବନ୍ଦୀ କରି ମୋତେ

ଆଉ ଜଳାଅନା ଦେଉଛି ରାଣ

ପାରୁନାହିଁ ସହି ମିଛ ପ୍ରୀତି ଭାବ

ବିଗଳିତ ମନ ହୃଦୟ ପ୍ରାଣ


ଆଶା ରଙ୍ଗ ଭରି ସ୍ୱପ୍ନ ଘର ଗଢି

କରିପାରୁ ଯଦି ନିଃସଙ୍ଗ ମୋତେ

କେମିତି କହିବି ଜୀବନ ପଥରେ

ପାଉଛି ଯନ୍ତ୍ରଣା ଅନ୍ତରେ କେତେ


ଅଭିଯୋଗ ଜମା କରିବାର ନାହିଁ

ଚାଲିଯିବି ତୁହି ଥରୁଟେ କୁହ

କଣ୍ଢେଇର ଖେଳ ଭାବିଛୁ କି ପ୍ରେମ

ଭାବିଅଛୁ ମୋର ଝରେନି ଲୁହ


ନୁହେଁ ମୂଲ୍ୟବାନ ତୋ ପାଇଁ ମୋ ମନ

ସମ୍ପର୍କର ମୂଲ୍ୟ ଛଳନା ଭରି

ଜୀବନଟା ତୁଛ ଭାବୁଅଛୁ ଯଦି

ଦେଇପାରେ ରକ୍ତ ନିଗାଡି କରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract