STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

କଣ ଭୁଲ?

କଣ ଭୁଲ?

1 min
13.6K


ଦଶମାସ ପେଟରେ ଧରିବା କଣ.. ନିରଞ୍ଜନ,,,

ମାଆର ଭୁଲ ଥିଲା.?

ନିଜରକ୍ତକୁ କ୍ଷୀର ଆକାରରେ ଦେବା କଣ.

ମାଆର ଭୁଲ ଥିଲା.?

ରାତି ଉଜାଗର ହେବା କଣ..

ମାଆର ଭୁଲ ଥିଲା?

ନିଜେ ନଖାଇ ଖୁଆଇବା କଣ..

ମାଆର ଭୁଲ ଥିଲା.?

ଅଭାବ ପୂରଣ କରିବାଟା କଣ..

ବାପାର ଭୁଲ ଥିଲା.?

ଦିନରାତି ଖଟି ପାଠ ପଢାଇବା କଣ..

ବାପାର ଭୁଲ ଥିଲା.?


ଜୀବନଠୁ ବଡ ଭାବିବା କଣ...

ବାପା ମାଆର ଭୁଲ ଥିଲା.?

ବଡ ସହଜରେ ନିଜର ସନ୍ତାନ

ଏ ସବୁକୁ ଭୁଲି ଗଲା..

ନିଜହାତେ ନେଇ ବୃଦ୍ଧାଶ୍ରମେ..

ଛାଡି ଦେଇ ଚାଲି ଗଲା..

ଫେସବୁକରେ ପୋଷ୍ଟ କରି,,

ପିତୃ.ମାତୃ ଦିବସ ପାଳିଲା....

ଯେ ଯାହା କରଇ ସେ ତାହା ଭୁଞ୍ଜଇ

ଗୀତାରେ ଲେଖା ହୋଇଛି.

ତୁମେ ଯାହା କର କିଏ ନଦେଖିଲେ

ଉପର ବାଲା ଦେଖୁଛି

ତୁମର କର୍ମର ଫଳ

FIX DEPOSIT ହୋଇ ରହିଛି

ଦୁଇଗୁଣ ହୋଇ ନିଶ୍ଚୟ ଫେରିବ

ଯୁଗେ ଯୁଗେ ସତ ହୋଇଛି.......

ମନ ରଖିଲେ ଭଲ..

ନହେଲେ..ବୃଦ୍ଧକାଳେ ହେବ କଲବଲ|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational