Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Inspirational Children

3  

Pradipta Sundar Rath

Inspirational Children

କଣ ବା ମିଳିବ ସେଥିରୁ ?

କଣ ବା ମିଳିବ ସେଥିରୁ ?

1 min
176


ଯେ ଦେଶରେ ପ୍ରତିଯୋଗୀତା ଚାଲେ ..

   କିଏ କାହାକୁ କେତେ ଭଲ ପାଇପାରେ...

 ସେ ଦେଶରେ ଆଜି ଚର୍ଚ୍ଚା ଚାଲିଛି 

    କିଏ କାହାକୁ ବେଶୀ ମାରିପାରେ..

  କାହାର ଶକ୍ତି କେତେ???

ଜାଣେନି କି କହିପାରିବିନି..

   ଜିତିବ କିଏ ହାରିବ କିଏ??

କଣ ବା ମିଳିବ ସେଥିରୁ 

ଯେ ଜିତିଲେ ବି ଏଥିରେ..

  ସତ ତ ଏହା 

କାନ୍ଦୁଛି ମୋ ଦେଶ 

ମୋ ମା ଆଖିରୁ ଲୁହ ଝରେ ।।


ଯେ ଦେଶର ଇତିହାସ...

      ପ୍ରେମ ଭଲପାଇବାର ଫାଶ

 ଘୃଣା ନଥିବାରୁ କାଳେ...ସେ ଇତିହାସ ଅଧୁରା ଅଟେ

ମା ର ଛାତିଚିରି...ସନ୍ତାନ ମା କୁ ପଚାରେ..

    କହ ମା ...

    ସତରେ ..

 କାହା ପାଇଁ ଅଧିକ ପ୍ରେମ ଅଛି ତୋ ହୃଦୟରେ 

 ଜାଣେନି କି କହିପାରିବିନି...

    ଠିକ୍ କିଏ ଅବା ଭୁଲ୍ କିଏ 

 କଣ ବା ମିଳିବ ସେଥିରୁ 

 ଯେ ଠିକ୍ ହେଲେ 

  ସତ ତ ଏହା 

କାନ୍ଦୁଛି ମୋ ଦେଶ 

ମୋ ମା ଆଖିରୁ ଲୁହ ଝରେ ।।


ଯେ ଦେଶର ହୃଦୟ..

     ସଭି ପ୍ରେରିତ ପୁରୁଷଙ୍କ ପ୍ରିୟ..

     ଜନ୍ମିଛନ୍ତି କିଏ...

  ଅବା ଆସିଛନ୍ତି ଭଲପାଇ କିଏ 

ସଭିଙ୍କୁ ଆପଣେଇ ନେଇଛି ଯେ ...

       ତାର ମମତା ମୟୀ କୋଳେ...

ଧର୍ମ ର ଅର୍ଥ ବଞ୍ଚିବା ବଢିବା ଯେ ଦେଶେ ...

       ଶାନ୍ତି ମୈତ୍ରୀ ର ତାଳେ ତାଳେ ..

 ସେ ଦେଶେ ଆଜି ଧର୍ମ ଅସୁରକ୍ଷିତ...

     ଧର୍ମ ସୁରକ୍ଷା ପାଇଁ ଧାର୍ମିକ ମାଗୁଅଛି ରକ୍ତ

 ଜାଣେନି କି କହିପାରିବିନି..

   ଜିତିବ କିଏ ହାରିବ କିଏ??

କଣ ବା ମିଳିବ ସେଥିରୁ 

ଯେ ଜିତିଲେ ବି ଏଥିରେ..

  ସତ ତ ଏହା 

କାନ୍ଦୁଛି ମୋ ଦେଶ 

ମୋ ମା ଆଖିରୁ ଲୁହ ଝରେ ।।


 ସର୍ବ ଶେଷରେ ...

ମୋ ଦେଶ ସଭିଙ୍କୁ ପଚାରେ..

ଲଢିବାରୁ ସମୟ ମିଳିଲେ ଟିକେ

 କହିପାରିବ କି କିଏ 

ମୋର କେଉଁ ଧର୍ମ ଅଟେ ??

କେଉଁ ଧର୍ମ ଅଟେ ମୋ ମାଟିର 

କେଉଁ ଧର୍ମ ଅବା ସବୁଜ ପରିବେଶର 

କେଉଁ ଧର୍ମ ଅଟେ ସେ ସୂରୁଜଙ୍କର 

  ସକଳ ଶକ୍ତିର ଯେ ଅଟନ୍ତି ଆଧାର ..

  କେଉଁ ଧର୍ମ ଅଟେ ସେ ବିଜ୍ଞାନ ର ??


Rate this content
Log in

Similar oriya poem from Inspirational