STORYMIRROR

MADHU MITA

Inspirational

3  

MADHU MITA

Inspirational

କଣ ଆସୁଛି କେଜାଣି

କଣ ଆସୁଛି କେଜାଣି

1 min
182


ଚାରିଆଡେ ହୋ ହାଲ୍ଲା

ନୂଆବର୍ଷ ପରା ଆସୁଛି

କିଛି ବୁଝିପାରୁନି ମଲ୍ଲୀ

କିଏ ଆସୁଛି କୁଆଡେ କାହିଁକି ଆସୁଛି

କିନ୍ତୁ କିଏ ତ ଜଣେ ନିଶ୍ଚୟ ଆସୁଛି! ?


ମା 'କୁ ପଚାରିବ ଭାବିଲା

କିନ୍ତୁ ମା ତ ଗଲା କେତେ ଦିନଠୁ ବିଛଣାରେ ପଡ଼ିଛି

ତେଣୁ ତ ନାନୀ ବାବୁ ଘରେ କାମ କରୁଛି

କେମିତି ପଚାରିବ କିଏ ଆସୁଛିକାହିଁକି ଆସୁଛି !?


ବାପା ତ ମଦ ପିଇ ମାତାଲ୍

ହୋଶରେ କଣ ସେ ଆଉ ଅଛି??

ତାକୁ କିପରି ପଚାରିବ ଆମ ଘରକୁ ତ ନୁହେଁ

ତେବେ ଚାରିଆଡେ କିଏ ଆଉ କାହିଁକି ଆସୁଛି !?


ନାନୀକୁ ପଚାରିଲାକଣ ହେଉଛି??

କିଏ ଆସୁଛିଆଉ ସେ କୁଆଡେ ଯାଉଛି??

ଲୁହକୁ ଲୁଚାଇ ନାନୀ କହିଲା

ହଁ ଆସୁଛି ନୂଆବର୍ଷ ବଡ଼ ଲୋକଙ୍କ ପାଇଁ

ମୁଁ ଯାଉଛି ମୋ ପୁରୁଣା ସାଇତା ମାନକୁ ବିକିବା ପାଇଁ!!??


ନୂଆବର୍ଷରେ ମା ପାଇଁ ଔଷଧଘର ପାଇଁ ସଉଦା

 ଆଉ ତୋ ପାଇଁ ନୂଆ ଲୁଗା ଆଣିଦେବି

ଖୁସି ହେଲା ମଲ୍ଲୀ ତାଳି ମାରି କହିଲା 

ନୂଆବର୍ଷରେ କହ ତୋ ପାଇଁ କଣ ଆଣିବୁ??


ନିରୁତ୍ତର ନାନୀ 

ହରାଇବ ସେ ସବୁକିଛି

ବାବୁ ଘର ଆଦେଶ ରାତିରେ ଆସିବାକୁ

କାରଣ ନୂଆବର୍ଷ ପରା ଆସୁଛି

କାହିଁକି କେଜାଣି କାହା ପାଇଁ!!??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational