STORYMIRROR

Pranati Mahapatra

Inspirational Others

2  

Pranati Mahapatra

Inspirational Others

କମିଲା ବୟସ

କମିଲା ବୟସ

1 min
14.3K


ମରଣ ଦୀପାଳି ଜଳୁଛି ଯେଉଁଠି

ହୁତୁ ହୁତୁ ହୁତାଶନେ,

ଜନ୍ମ ଦୀପାଳିରେ କି ଖୁସି ଲଭିବି

ବସି ଭାବୁଅଛି ମନେ।

ଜନମରେ କେତେ ସୁଖ ଖୁସି ସବୁ

ଦେଇଥିଲି ଆନ ଓଠେ,

ମରିଗଲେ ଦୁଃଖ କଳା ବାଦଲ ଯେ

ବାକ୍ୟ ନ ସ୍ଫୁରିବ କଣ୍ଠେ।

ତିନି ପୃଷ୍ଠାର ଏ ଜୀବନର କାବ୍ୟ

ଏଇ ଅଛି ଏଇ ନାହିଁ,

ବିଧାତା ଧରିଛି ଜନ୍ମ ମୃତ୍ୟୁ ପୃଷ୍ଠା

ମଝି ଦରିଆରେ ମୁହିଁ।

ଆସିଥିଲି ଏକା ଚାଲିଯିବି ଏକା

ନ ଥିବେ ସାଥି କେ ମୋର,

ଶୂନ୍ୟ ହସ୍ତେ ଆସି ଶୂନ୍ୟେ ମିଶିଯିବି

ପାପପୂଣ୍ୟ ଧରି ଶିର ।

ବୟସ କମିଲା ଗୋଟିଏ ବରଷ

କିବା ଯେ ସୁଖି ହୋଇବି,

ଜନ୍ମଦିନ ବୋଲି ଖୁସିରେ କାହାକୁ

ଅବା ମୁଁ ମିଠା ବାଣ୍ଟିବି।

ସେ ସୁଦିନକୁ ମୁଁ ଅପେକ୍ଷା କରିଛି

କେବେ ହେବ ତ ମିଳନ,

ପରଂବ୍ରହ୍ମ ଯଦି ସୁଦୟା କରିବେ

ତାଙ୍କ ଦେହେ ହେବି ଲୀନ ।

ସଭିଙ୍କ ଖୁସିରେ ଖୁସି ହେବା ପାଇଁ

ଜନ୍ତୁପତିର ଆହ୍ଵାନ,

ଗୋଟିଏ ଗୋଟିଏ ପାହାଚ ସରୁଛି

ଏ ତ ସଂସାର ମାୟା ବନ୍ଧନ।

ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational