STORYMIRROR

Kalandi pal

Classics Others

4  

Kalandi pal

Classics Others

କମ୍ବଳ ଘୋଡେଇ ଶୋଇଛ

କମ୍ବଳ ଘୋଡେଇ ଶୋଇଛ

1 min
174


ସର୍ବ ଧର୍ମ ସମନ୍ୱୟର ଠାକୁର

   ତୁମେ ପ୍ରଭୁ ଜଗନ୍ନାଥ

ସପତ ବ୍ରହ୍ମାଣ୍ଡ ଈଶ୍ବର ଯେ ତୁମେ

   ଶ୍ରୀ ଚରଣେ ପ୍ରଣିପାତ

ପ୍ରଭୁ, ଝୁରୁଛି ସାରା ଜଗତ l0l


ରୋଗ, ଶୋକ, ମୋହ,କାମନାର ଉର୍ଦ୍ଧ୍ୱେ

    ସ୍ୱୟଂ ତୁମେ ପରମ ବ୍ରହ୍ମ

ସତ୍ୟ, ଧର୍ମ, ନ୍ୟାୟ ପ୍ରତୀକ ଯେ ତୁମେ

    ପତିତର ତ ପାବନ

ତୁମେ ହର୍ତ୍ତା କର୍ତ୍ତା ଦଇବ ବିଧାତା

    ସର୍ବେ ତୁମ ଠାରୁ ଜାତ l1l


ଯାହା ଇସାରାରେ ନବ ଖଣ୍ଡ ମହି

    ଆକାଶ ଛିଡି ପଡଇ

ଅଣସରେ ଶୋଇ ଅଛନ୍ତି ସେ ପ୍ରଭୁ

   ଜ୍ୱରେ କମ୍ବଳ ଘୋଡାଇ

ଷାଠିଏ ପଉଟି ରୁଚୁ ନାହିଁ ତାଙ୍କୁ

    ଶ୍ରୀ ଅଙ୍ଗେ ଗ୍ରାସିଛି ଶୀତ l2l


ବେଡିରେ ରହୁଛ ପଥି ଯେ ଖାଉଛ

    ଜଡି ବୁଟି ତାହା ସାଥ

ଶିଖାଉଛ ତୁମେ ଜଗତ ବାସୀଙ୍କୁ

     ନିରୋଗ ହେବାର ପଥ

ଜଗତର ଦୁଃଖ ସବୁ ତ ବୋହୁଛ

    ଟେକି ଦେଇ ଦୁଇ ହାତ l3l

     


Rate this content
Log in

Similar oriya poem from Classics