STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

କଲମ

କଲମ

1 min
248


ଭୁଜପତ୍ରେ ଝିଙ୍କକାଠି ର କଲମ ତାଳପତ୍ରେ ଲୁହା ଲେଖନୀ

କାଳିରେ ବୁଡ଼ାଇ ସାଦା କାଗଜରେ କାଠିକଲମ କାହାଣୀ

ଅଜଣା ଆଜିର ଦିନେ

କାହିଁ ଗଲା ସେହି ପୁରୁଣାକାଳିଆ ଲେଖନୀ ଭାବେ ମୁଁ ମନେ ।।


ଝର କଲମର ପେଟରେ ଭରିଣ କାଳି ଲେଖାଲେଖି ଚାଲିଲା

କାଳର କବଳେ ଝର କଲମର ପୁଣି ଦିନକାଳ ସରିଲା

ହୋଇଗଲାଣି ସେ ପୁରୁଣା

ନୂଆ ନୂଆ ରୁପେ କଲମ ବଦଳେ‌ ବଦଳେ ଯେମିତି ଦୁନିଆଁ ।।


କଲମରେ କାଳି ପକାଇବା ପ୍ରଥା କେବେଠୁ ଗଲାଣି ଉଠି

ବଲ୍-ପେନ୍,ଅବା ଡଟ୍-ପେନ୍ ଏବେ ମିଳିଯାଉଛି ସବୁଠି

ଏକାଳେ ତାହାର ପ୍ରଚାର

ବହୁଳ ହୋଇଛି,ସହଜ ଉପାୟ ତେଣୁ ତା ବହୁଳ ପ୍ରସାର ।।


ଯାହା ହେଉ ଯେଉଁ କଲମ ବି ହେଉ ତାକୁମୋର କୋଟିଜୁହାର

ତା ପାଇଁ ଆଜି ମୁଁ ଲେଖିପାରେ କିଛି ମୋ ପାଇଁ ସେ ମୋ ଠାକୁର

ତାହାର ଅମାପ ଶକତି

ଖଡ୍ଗରୁ ଶାଣିତ କଲମର ମୁନ ତେଣୁ କରେ ତା ଭକତି ।।


ବେଦ,ଆଉ ଉପନିଷଦ,ପୁରାଣ,କାହାଣୀ, କବିତା ଯେତେ

କଲମ ମୁନରେ ଆଙ୍କି ହୋଇ ସେହି ବିଦିତ ହେଲା ଜଗତେ

କଲମ ‌ହେ ତୁମେ ମୋର

ଆଖି ଖୋଲିଅଛ, ତୁମପାଇଁ ଆଜି ମୋ ମନେ ଗର୍ବ ଅପାର ।।


ଆଜିକାଲି ଆଉ କଲମ ଚଳୁନି କମ୍ପ୍ୟୁଟର ଲେଖା ହେଲାଣି

ବିଜ୍ଞାନ ସାଙ୍ଗରେ ତାଳଦେଇ ଏବେ ଚାଲିଛି ସମାଜ ଚଳଣି

ତଥାପି କଲମ ତାହାର

ମହତ୍ଵ ବଜାୟ ରଖିଛି ରହିବ ଲୁପ୍ତ ନହେବ ତା ପ୍ରସାର ।।


ସାଥି କରିଅଛି ବାଳୁତ କାଳରୁ କାଠି କଲମରୁ ଆରମ୍ଭ

ଲେଖାଲେଖି କରି ତୁମରି ବଳରେ ଦେଖାଉଛି ଆଜି ଦମ୍ଭ

ଘେନ ମୋର ଶତ ପ୍ରଣାମ

ମୋ ପାଇଁ କଲମ ହେଲେବି ତୁମେତ ହୁଅ କାହାପାଇଁ ବଲମ ।।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational